ସୁଶାନ୍ତଙ୍କ ଘଟଣାରେ ମୁହଁ ଖୋଲିଲେ ଜିଆ ଖାନଙ୍କ ମା’, ସଲମାନଙ୍କ ନାଁରେ ଆଣିଲେ ଏହି ଗମ୍ଭୀର ଅଭିଯୋଗ

ମୁମ୍ବାଇ:=ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କର ଆତ୍ମହତ୍ୟାରେ ଇଣ୍ଡଷ୍ଟ୍ରୀ ଉପରେ ଅନେକ ପ୍ରଶ୍ନ ଉଠାଇ ସାରିଛି। ନିକଟରେ ଏହି ଘଟଣା ପରେ ଯେଉଁଠି ବଲିଉଡର ବହୁ ଷ୍ଟାରଙ୍କ ବିରୋଧରେ ପାଟନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାଟନାରେ ସଲମାନ ଖାନ୍, କରନ ଜୋହରଙ୍କ ସହିତ ଅନ୍ୟ ୮ ଜଣ ଫିଲ୍ମ ଷ୍ଟାରଙ୍କ ଉପରେ ମାମଲା ରୁଜୁ କରାଯାଇଛି। ଏସବୁ ଭିତରେ ଏବେ ଜିଆ ଖାନଙ୍କ ମା’ ରାବିୟା ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସୋସିଆଲ ମିଡିଆରେ ରାବିୟା ଖାନଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସଲମାନ ଖାନ ଓ ବଲିଉଡର କାମ କରିବାର ପ୍ରଣାଳୀ ଉପରେ କଡା ପ୍ରଶ୍ନ କରିଛନ୍ତି। ଜିଆ ଖାନ ୨୦୧୩ରେ ଡିପ୍ରେସନକୁ ଚାଲଯିବାରୁ ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କର ବୟଫ୍ରେଣ୍ଡ ସୁରଜ ପାଞ୍ଚୋଲିଙ୍କୁ ପୋଲିସ ଦୀର୍ଘ ଦିନ ପଚରାଉଚରା କରିଥିଲା।ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ଖବର ଜିଆଙ୍କ ମା’ ଜାଣିବା ପରେ ବଲିଉଡ ଇଣ୍ଡଷ୍ଟ୍ରୀକୁ ଘେରିଛନ୍ତି। ବଲିଉଡରେ କାମ କରିବାର ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଜିଆ ଖାନଙ୍କ କେସକୁ ମନେ ପକାଇବା ସହ ସଲମାନ ଖାନଙ୍କ ନାଁରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ।ରାବିୟା କହିଛନ୍ତି, ମୋର ସମବେଦନା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଲୋକଙ୍କ ସହିତ ରହିଛି। ଏହା କୌଣସି ଖେଳଘର ନୁହେଁ ବଂର ହୃଦୟ ଥରା ଘଟଣା। ଏବେ ବଲିଉଡକୁ ବଦଳିବାକୁ ହେବ। ବଲଉଡରେ ଏଭଳି କରିବା ବନ୍ଦ କରିବାକୁ ପଡିବ। କାହାକୁ ପରିହାସ କରିବା କିମ୍ବା ଗାଳିକରିବା କୌଣସି ହତ୍ୟାଠାରୁ କମ୍ ନୁହେଁ।ରାବିୟା ଏହି ଭିଡିଓରେ ଆହୁରି କହିଛନ୍ତି, ଯାହା କିଛି ବି ହେଉଛି, ସେଥିରୁ ମୋତେ ୨୦୧୫ର କଥା ମନେପଡିଯାଉଛି। ଯେତେବେଳେ ମୁଁ ମୋ ଝିଅ(ଜିଆ)ର କେସରେ ଜ​ଣେ ସିବିଆଇ ଅଫିସରଙ୍କୁ ଦେଖା କରିଥିଲି ସେ କହିଥିଲେ, ମୋତେ ସଲମାନ ଖାନ୍‌ଙ୍କ ଫୋନ୍ ଆସିଥିଲା। ସେ ସବୁଦିନ ଫୋନ୍ କରି କହୁଛନ୍ତି, ଏ ପିଲା (ସୂରଜ ପାଞ୍ଚୋଲି) ଉପରେ ଆମେ ବହୁତ ଟଙ୍କା ଇନଭେଷ୍ଟ କରିଛୁ। ତାକୁ ବେଶି ପଚରାଉଚରା କରନି, ତାକୁ ମାରପିଟ୍ ତ ଦୂରର କଥା ଟିକେ ବି ଛୁଅଁନି। ଏଭଳି ପରିସ୍ଥିତିରେ ଆମେ କ’ଣ କରିପାରିବୁ ମ୍ୟାଡାମ୍।’ ରାବିୟାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସଲମାନ ଖାନ୍ ପୁଣିଥରେ ବିବାଦର ପରିସରକୁ ଆସିଛନ୍ତି।

Leave a Reply

Your email address will not be published. Required fields are marked *