ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କରୋନା ସଂକ୍ରମିକ, ୮୨୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର :-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରୁ ୬୫ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୩୧, ଗଞ୍ଜାମ ଜିଲ୍ଲାରୁ ୧୩, କଟକ ଜିଲ୍ଲାରୁ ୬, କେନ୍ଦ୍ରାପଡା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ମୟୁରଭଞ୍ଜ ଜିଲ୍ଲାରୁ ୨ ଏବଂ ନୟାଗଡ ଜିଲ୍ଲାରୁ ୨ ଜଣ ରହିଥିଲେ । ଅନ୍ୟପଟେ ରାଜ୍ୟରେ ଶନିବାର ୩୦ ଜଣ ସୁସ୍ଥ ହୋଇଥିଲେ । ସୁସ୍ଥ ହୋଇଥିବା ୩୦ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ଜଣେ ଏବଂ କଟକ ଜିଲ୍ଲାରୁ ଜଣେ ରହିଥିଲେ । ସମସ୍ତେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *