ନନ୍ଦନକାନନ ନିକଟରେ ବୁଲୁଛି ବାଘ ! ଆତଙ୍କିତ ଅବସ୍ଥାରେ ଲୋକେ

ବାରଙ୍ଗ;ନନ୍ଦନକାନନ ୧ ନଂ ଗେଟ୍‌ ନିକଟରେ ବାଘ ବୁଲୁଥିବାର ସୂଚନା ମିଳିଛି। ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବା ମିଳିଛି। ତେବେ ବାଘଟି କେଉଁଠୁ ଆସିଛି ତାହା ସ୍ଟଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ବନବିଭାଗ ସୂଚନା ଦିଆଯାଇଛି।

ସୂଚନା ମୁତାବିକ, ଆଜି ସକାଳୁ ନନ୍ଦନକାନନର କିଛି କର୍ମଚାରୀ ବାଘଟି ବୁଲୁଥିବାର ଦେଖିଥିଲେ। ତେବେ ବାଘଟି କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *