ସୁପ୍ରିମକୋର୍ଟରେ ପହଞ୍ଚିଲା ରଥଯାତ୍ରା ମାମଲା, ରଥଯାତ୍ରା ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ

ଭୁବନେଶ୍ୱର; ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା । ବର୍ତ୍ତମାନର ଆପାତକାଳୀନ ସ୍ଥିତିରେ ରଥଯାତ୍ରା କରାଇବା ଉଚିତ ହେବ ନାହିଁ, ତେଣୁ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରନ୍ତୁ । ଏଭଳି ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ ।ଯଦିଓ ହାଇକୋର୍ଟ ଏଭଳି ଆବେଦନ ଉପରେ ପୂର୍ଣଛେଦ ଟାଣି ରଥଯାତ୍ରା ଆୟୋଜନର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି । କିନ୍ତୁ ଏହା ଉପରେ ଆପତ୍ତି ଉଠାଇଛନ୍ତି ମାମଲାର ଆବେଦନକାରୀ । ରଥଯାତ୍ରା ହେଲେ ମହାମାରୀ କରୋନା ବ୍ୟାପିବାର ଆଶଙ୍କା ଅଛି । ଯାତ୍ରା ହେଲେ କରୋନା ମୁକାବିଲା ପାଇଁ ଧାର୍ଯ୍ୟ ହୋଇଥିବା ଗାଇଡଲାଇନର ପାଳନ କରିହେବ ନାହିଁ। ବିଶେଷ କରି ଶ୍ରୀ ଜୀଉମାନଙ୍କ ପହଣ୍ଡି ବିଜେ ସମୟରେ ସାମାଜିକ ଦୂରତା ରଖାଯିବା ସମ୍ଭବ ହେବନାହିଁ । ଏପରି ସ୍ଥଳେ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ତରଫରୁ ସୁପ୍ରିମକୋର୍ଟ ରେ ଦାଏର ହୋଇଥିଵା ସ୍ପେସାଲ ଲିଭ ପିଟିସନରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *