ସାହିଦ୍ ଆଫ୍ରିଦି କରୋନା ପଜିଟିଭି, ଟ୍ବିଟ୍ କରି ନିଜେ ଦେଲେ ସୂଚନା
ଇସଲାମବାଦ:-ପାକିସ୍ତାନର ପୂର୍ବତନ କ୍ରିକେଟର ଓ କ୍ୟାପଟେନ୍ ସାହିଦ୍ ଆଫ୍ରିଦ୍ କରୋନା ପଜିଟିଭ। ଏ ବିଷୟରେ ନିଜେ ଆଫ୍ରିଦି ସୂଚନା ଦେଇଛନ୍ତି। ନିଜର ଟୁଇଟର ଆକାଉଣ୍ଟରେ ଏ ସମ୍ପର୍କରେ ଟୁଇଟ୍ କରି ଆଫ୍ରିଦି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାରଠାରୁ ମୋର ଦେହ ଭଳ ନଥିଲା। ମୋ ଶରୀରରେ ଖୁବ୍ କଷ୍ଟ ଅନୁଭବ ହେଉଥିଳା। ମୋର କରୋନା ଟେଷ୍ଟ ଏବେ ପଜିଟିଭ ଆସିଛି। ମୁଁ ଯେପରି ଜଲଦି ଠିକ୍ ହୋଇଯିବି ସେଥିପାଇଁ ଆପଣମାନେ ପାର୍ଥନା କରନ୍ତୁ।’ଉଲ୍ଳେଖନୀୟ ଯେ, କରୋନା ସଂକ୍ରମଣ ଆରମ୍ଭ ହେବାପରଠାରୁ ଆଫ୍ରିଦି ପାକିସ୍ତାନରେ ଳଗାତାର ଭାବରେ ଗରିବ ଲୋକଙ୍କ ସହାୟତାରେ ଥିଲେ। ସେ ନିଜର ଟିମ୍ ସହିତ ପାକିସ୍ତାନ ଅଲଗା ଅଲଗା ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପହଁଞ୍ଚାଉଥିଲେ।










