ଗୋଟିଏ ଦିନରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର:-, ରାଜ୍ୟରେ ଆଜି ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ଼ ସଂଖ୍ୟକ :-ପଜିଟିଭ୍ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ମାମଲା ଆସିଛି। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା କଟକ ଜିଲ୍ଲାରୁ ସର୍ବାଧିକ ୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ଜଣ, ପୁରୀରୁ ୧୫ ଜଣ, ଜଗତସିଂହପୁରରୁ ୧୩ ଜଣ, କନ୍ଧମାଳରୁ ୧୫ ଜଣ , ଗଂଜାମରୁ ୨୦ ଜଣ, ବଲାଙ୍ଗୀରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ, ଢେଙ୍କାନାଳରୁ ୭, ଅନୁଗୁଳ, ସୁନ୍ଦରଗଡରୁ ଜଣେ ଲେଖାଁଏ ପଜିଟିଭି ଚିହ୍ନଟ ହୋଇଛନ୍ତି । ମୟୁରଭଂଜରୁ ୯ ଜଣ,କେନ୍ଦ୍ରାପଡାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୨୩ରେ ପହଞ୍ଚିଛି ।ଏବେ ରାଜ୍ୟରେ ମୋଟ୍ ୨୪୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୬ ରହିଛି । ଅପରପକ୍ଷରେ କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।