ପିତା ରିକ୍ସା ଚାଳକ, ସେନା ଅଫିସର ହୋଇ ସ୍ବର୍ଗତଃ ମାତାଙ୍କ ସ୍ବପ୍ନ ସାକାର କଲେ ପୁତ୍ର
ଡେରାଡୁନ:- ପରିଶ୍ରମ କରିଥିଲେ ଭଗବାନ ତାର ଫଳ ନିଶ୍ଚୟ ପ୍ରଦାନ କରନ୍ତି | ଏହିଭଳି ଏକ ମାମଲା ଆଇଏମଏ ପାସିଙ୍ଗ ଆଉଟ ପ୍ୟାରେଡ଼ ସମୟରେ ଦେଖିବାକୁ ମିଳିଛି | ମହାରାଷ୍ଟ୍ର କୋଲ୍ହାପୁର ସ୍କୁଲ ପିଲାଙ୍କ ରିକ୍ସା ଚଲାଉଥିବା ଜଣେ ବ୍ୟକ୍ତିଙ୍କ ପୁଅ ଧାୱନ ସାର୍ଥକ ଶଶିକାନ୍ତ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ପାସ ହୋଇ ସେନା ଅଫିସର ହୋଇଛନ୍ତି |
ଧୱନଙ୍କ ମା ୪ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାର ଶୀକାର ହୋଇଥିଲେ | ଧୱନଙ୍କ ଘରେ ତାଙ୍କ ପିତା ଓ ତାଙ୍କର ଜଣେ ବଡ ଭାଇ ଅଛନ୍ତି | ଧୱନଙ୍କ ପିତା ତାଙ୍କ ଶିକ୍ଷା ପାଇଁ ବହୁତ ପରିଶ୍ରମ କରିଥିଲେ | ଯାହାର ଫଳ ସେ ଆଜି ପାଇଛନ୍ତି | ଧୱନ କହିଛନ୍ତି ଯେ, ତାଙ୍କ ପିତା କେବଳ ପରିବାରର ଭରଣା ପୋଷଣ କରିନାହାନ୍ତି ବରଂ ତାଙ୍କ ଶିକ୍ଷା ସମ୍ପୂର୍ଣ କରିବା ପାଇଁ ମଧ୍ୟ ବହୁତ କଷ୍ଟ କରିଥିଲେ | ଭଲ ଶିକ୍ଷା ପାଇଁ ତାଙ୍କ ପିତା ଭଲ ସ୍କୁଲରେ ତାଙ୍କର ଆଡ଼ମିସନ କରାଇଥିଲେ | ତାଙ୍କ ପରିବାରର ଆଶୀର୍ବାଦ ସବୁବେଳେ ତାଙ୍କ ସହ ଅଛି ବୋଲି ସେ କହିଚଙ୍ଗଟି |
କରୋନା ମହାମାରୀ ସମୟରେ ଆଇଏମଏ ପାସିଙ୍ଗ ଆଉଟ ସେରିମନିରେ କୌଣସି ଜେଣ୍ଟେଲମ୍ୟାନ କ୍ୟାଡେଟଙ୍କ ପରିବାରକୁ ନିମନ୍ତ୍ରଣ ଦିଆଯାଇନଥିଲା | ସେଥିପାଇଁ ଧୱନଙ୍କ ପରିବାର ମଧ୍ୟ ଏହି ସମାରୋହରେ ସାମିଲ ହୋଇପାରିନଥିଲେ | ୪୨୩ କ୍ୟାଡେଟରେ ଧୱନ ପାସ ହୋଇ ସେନା ଅଧିକାରୀ ହୋଇଛନ୍ତି | ତାଙ୍କ ପିତାଙ୍କ ସବୁ କଷ୍ଟର ଫଳ ସେ ପାଇଛନ୍ତି ବୋଲି ଧୱନ କହିଛନ୍ତି |
ଧୱନଙ୍କ ପିତା ଏବେ ମଧ୍ୟ ରିକ୍ସା ଚଲାଉଛନ୍ତି | କିଣୁ ଏବେ ପୁଅ ପିତାଙ୍କ ସାହାରା ହେବ | ଧୱନ କହିଛନ୍ତି ଯେ କୌଣସି ରାଜା ଘରେ ଜନ୍ମ ହୋଇ ହିଁ ଜଣେ ରାଜା ହୋଇନଥାଏ | କଠିନ ପରିଶ୍ରମ ଓ ଦୃଢ ଇଛା ଶକ୍ତି ବଳରେ ମଣିଷ ସଫଳତା ହାସଲ କରିଥାଏ | ଜୀବନରେ ଜଣେ ଭଲ ଯୋଦ୍ଧା ହେବା ବହୁତ ମହତ୍ଵପୁର୍ଣ ବୋଲି ସେ କହିଛନ୍ତି |