କୋରାପୁଟରେ ଗଡ଼ିବନି ରଥ

କୋରାପୁଟ:-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ହେବନି ରଥଟଣା । ରଥଟଣା ଉପରେ କଟକଣା ଲଗାଇଲେ ଜିଲ୍ଲା ପ୍ରଶାସନ । ମନ୍ଦିର ପରିସର ବାହାରେ ରଥ ଟାଣିବା ଉପରେ କଟକଣା ଲଗାଇଛନ୍ତି ପ୍ରଶାସନ । କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି l  ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ମନ୍ଦିର ବାହାରେ କୌଣସି ବି ପରିସ୍ଥିତିରେ ରଥଟଣା ହେବ ନାହିଁ । ମନ୍ଦିର ପରିଚାଳନା କମିଟି ମନ୍ଦିର ଭିତରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ନୀତିକାନ୍ତି ସମାପନ କରିବା ପାଇଁ ଏଥିରେ କୁହାଯାଇଛି । କିିଛି ନିର୍ଦ୍ଧିଷ୍ଟ ସଂଖ୍ୟାରେ ସେବାୟତ ମାସ୍କ ପିନ୍ଧି , ସାମାଜିକ ଦୂରତା ରଖି ନୀତିକାନ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *