ମହାରାଷ୍ଟ୍ରରେ ସ୍ଥିତି ଭୟାବହ, ଗୋଟିଏ ଦିନରେ ଚାଲିଗଲା ୧୧୩ ଜଣଙ୍କ ଜୀବନ

ମୁମ୍ବାଇ:-ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ଚିନ୍ତା କରିବା ଭଳି ସଂକ୍ରମିତ ସାମ୍ନାକୁ ଆସୁଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪  ହଜାର ୫୬୮ ହୋଇଥିବା ବେଳେ ୩୮୩୦ ଜଣଙ୍କ ମୃତ୍ୟୁ ଘଟିଛି।

କେବଳ ମୁମ୍ବାଇରେ ଏ ପର୍ଯ୍ୟନ୍ତ ୫୬,୮୩୧ ଜଣ କରୋନା ସଂକ୍ରମଣ ଶିକାର ହୋଇଥିବା ବେଳେ ୨୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ମାତ୍ର ରାଜ୍ୟରେ ସୁସ୍ଥତାହାର ଭଲ ରହିଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୫୫୦ ଲୋକ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ମୋଟ୍ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୪୯,୩୪୬ରେ ପହଞ୍ଚିଛି।

ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୪ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଅଦ୍ୟାବଧି ମୁମ୍ବାଇରେ କରୋନା କାରଣରୁ ୨୬ ଜଣ ପୋଲିସକର୍ମୀ ପ୍ରାଣ  ହରାଇ ସାରିଲେଣି। ରାଜ୍ୟର ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି, ଏ ପର୍ଯ୍ୟନ୍ତ ୧୨୩୩ ପୋଲିସ କର୍ମୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ଶନିବାର ୪ ପୋଲିସକର୍ମୀଙ୍କ ମୃତ୍ୟୁ ସଭିଙ୍କ ଚିନ୍ତା ବଢାଇ ଦେଇଛି। ମୃତକ ପୋଲିସ କର୍ମୀ ମୁମ୍ବାଇର ଭାକୋଲ, ଦିଣ୍ଡୋଶି ଓ ବୋରିଭଲି ପୋଲିସ ଷ୍ଟେସନରେ ଡ୍ୟୁଟିରେ ଥିଲେ।

Leave a Reply

Your email address will not be published. Required fields are marked *