ଗୋଟିଏ ବ୍ଲକ୍‌ରୁ ୨୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ବ୍ଲକ୍‌ରୁ ଚିହ୍ନଟ ହେଲେ ୨୬ ପଜିଟିଭ। କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୨୨ କ୍ୱାରେଣ୍ଟିନ୍ ସେଣ୍ଟର, ୪ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏନେଇ ବିଡିଓ କର୍ଣ୍ଣଦେବ ସମାଦ୍ଦାରଙ୍କ ସୂଚନା ଦେଇଛନ୍ତି।

ଆଜି ଦିନକରେ ୧୩୮ ପଜିଟିଭ ଚିହ୍ନଟ ହେଲେଣି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨୪କୁ ବୃଦ୍ଧି ପାଇଛି।

କଟକରେ ସମୁଦାୟ ୨୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୪ ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ୧୨୦ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *