‘କଲେଜ ହଷ୍ଟେଲରେ ହୋଇପାରିବ +୨ ବାକି ପରୀକ୍ଷା’

ଭୁବନେଶ୍ୱର: ଯୁକ୍ତ ୨ର ବଳକା ଥିବା ପରୀକ୍ଷାକୁ ନେଇ ଚିନ୍ତା। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ଡାଟା ମାଗିଲା CHSE। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ପରିଷଦକୁ ଦେବାକୁ ଚିଠି ହୋଇଛି।

ଏଥିରେ ଶ୍ରେଣୀଗୃହ ବ୍ୟତିତ ରିଡିଂରୁମ, କମନରୁମକୁ ମଧ୍ୟ ପରୀକ୍ଷା ହଲ ଭାବେ ଗଣାଯାଇପାରିବ ବୋଲି ଦର୍ଶାଯାଇଛି। ଏପରିକି ନିଜ କଲେଜ ପରିସରରେ ଥିବା ହଷ୍ଟେଲକୁ ମଧ୍ୟ ଏଥିପାଇଁ ବ୍ୟବହାର କରିହେବ।

ଯଦି ନିଜ କେନ୍ଦ୍ରରେ ଆବଶ୍ୟକୀୟ ସ୍ଥାନ ନହୁଏ ତେବେ ନିକଟସ୍ଥ ହାଏର ସେକଣ୍ଡାରୀ ସ୍କୁଲ କିମ୍ବା କଲେଜରେ ପରୀକ୍ଷା ପାଇଁ ବ୍ୟବସ୍ଥା କରିହେବ। ଏ ସଂପର୍କିତ ସମସ୍ତ ତଥ୍ୟ କାଉନସିଲକୁ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

ଚଳିତବର୍ଷ ଯୁକ୍ତ୨ର ଉଭୟ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ପରୀକ୍ଷା ବାକି ରହିଥିବାବେଳେ ଏହାକୁ CHSE ପକ୍ଷରୁ କରିବାକୁ ଯୋଜନା କରାଯାଉଛି।

Leave a Reply

Your email address will not be published. Required fields are marked *