ପାରାଦୀପ ମହାନଦୀ ମୁହାଣରେ ବୁଡିଗଲା ମାଛଧରା ଡଙ୍ଗା

ପାରାଦୀପ:-ପାରାଦୀପ ନେହରୁ ଡାକବଙ୍ଗଳା ନିକଟ ମହାନଦୀ ମୁହାଣରେ ବୁଡିଗଲା ମାଛଧରା ଡଙ୍ଗା । ଡଙ୍ଗାବୁଡିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମହାନଦୀରେ ମୁହାଣରେ ମାଛ ମାରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡି ବୁଡି ଯାଇଥିଲା ।  ଡଙ୍ଗାରେ ୧୫ ଜଣ ମତ୍ସ୍ୟଜୀବୀ ଥିବା ବେଳେ ୧୩ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ । ହେଲେ ଦୁଇ ଜଣ ମତ୍ସ୍ୟଜୀବୀ ମହାନଦୀ ପାଣିରେ ବୁଡିଯାଇ ଜୀବନ ହରାଇଛନ୍ତି ।ସୂଚନାଯୋଗ୍ୟ, ଆଜି ମା’ କାଳୀ ନାମକ ଏକ ଡଙ୍ଗାରେ ୧୮ ଜଣ ମତ୍ସ୍ୟଜୀବୀ ମାଛ ଧରି ଫେରୁଥିବା ବେଳେ ହଠାତ ମୁହାଣ ମୁହଁରେ ଡଙ୍ଗା ବୁଡ଼ି ଯାଇଥିଲା। ଘଟଣାସ୍ଥଳ ପାଖରେ ଥିବା ଏକ ଡଙ୍ଗୀ ବୁଡ଼ି ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରୁଥିବା ବେଳେ ମତ୍ସ୍ୟଜୀବୀ ଗୁରୁଚାନ୍ଦ ରାଏ ଓ ବିଦୂ ଭୂଷଣ ଦୁଇଜଣ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *