ମାର୍କେଟ୍ ବିଲ୍ଡିଂ ସିଲ୍
ଭୁବନେଶ୍ୱର:- ମାର୍କେଟ୍ ବିଲ୍ଡିଂ ସିଲ୍ । ଭୁବନେଶ୍ୱର ରାଜମହଲ ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ କଲା ବିଏମସି । ପ୍ରବଳ ଭିଡ ଯୋଗୁଁ ଏଭଳି ପଦକ୍ଷେପ ଉଠାଇଛି ବିଏମସି । ରଜପାଇଁ ବଜାରରେ ଅସମ୍ଭାଳ ଭିଡ ନଜର ଆସିଛି । ଆଜି ମାର୍କେଟ୍ ବିଲ୍ଡିଂରେ ଲୋକଙ୍କ ଗହଳି ଲାଗିଯାଇଥିଲା । ଯଦିଓ ରଜକୁ ନଜରରେ ରଖି ରାତି ୧୦ଟା ପର୍ଯ୍ୟନ୍ତ କୋହଳ ଥିଲା କର୍ଫ୍ୟୁ । କିନ୍ତୁ ସାମାଜିକ ଦୂରତ୍ବ ନ ରହିବାରୁ ବିଏମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମାର୍କେଟରୁ ସମସ୍ତ ଲୋକଙ୍କୁ ବାହାର କରାଯାଇଛି । କହିରଖୁଛୁ ଗତକାଲି ଜନପଥରେ ଥିବା ଅମ୍ବର ସୋ’ରୁମ୍ ସିଲ୍ କରାଯାଇଥିଲା । କରୋନା ଯୋଗୁଁ ଜାରି କରାଯାଇଥିବା ସାମାଜିକ ଦୂରତା ନିୟମ ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ସୋ’ରୁମ୍ କୁ ସିଲ୍ କରିଥିଲା ।










