ରାତ୍ରିକାଳୀନ କର୍ଫ୍ୟୁରେ ଖୋଲା ରହିବ ହାଇୱେ କଡକୁ଼ ଲାଗି ରହିଥିବା ଢ଼ାବା

ଭୁବନେଶ୍ୱର:-କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ ସମୟରେ ମଧ୍ୟ ଖୋଲା ରହିବ । ତେବେ ସେଠାରେ ଖାଇ ହେବନାହିଁ, କେବଳ ଖାଦ୍ୟ କିଣି ଘରକୁ ନେଇ ହେବ।ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ମଧ୍ୟ ଖୋଲା ରହିବ। ସପ୍ତାହନ୍ତ ସଟ୍‌ଡାଉନ ସମୟରେ ଧାନ କିଣା, ଚାଉଳ ଯୋଗାଣ, ଚିନାବାଦାମ ଓ ଡାଲି କିଣିବା ପ୍ରକ୍ରିୟା ଚାଲି ପାରିବ । ଏହି ବିଜ୍ଞପ୍ତିରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଢ଼ାବାଗୁଡ଼ିକରୁ କେବଳ ଖାଦ୍ୟ ପ୍ୟାକ କରି ନେଇହେବ, ଖାଇ ହେବନାହିଁ ।

Leave a Reply

Your email address will not be published. Required fields are marked *