ରାଜଧାନୀରେ ଚଞ୍ଚଲ୍ୟ, ଯୁବକଙ୍କୁ ପିଟି ପିଟି ହତ୍ୟା,ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:-ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ପଛପଟ ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ଦୀପକ ନାୟକ। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସନାତନ ମୁଣ୍ଡାଙ୍କୁ ଗିରଫ କରିଛି।

ଗତକାଲି ବିଳମ୍ବିତ ରାତିରେ ଦୀପକ ନିଜ ଘର ସାମ୍ନାରେ ବସିଥିବା ବେଳେ ସନାତନ ସେଠାରେ ପହଞ୍ଚିଥିଲେ। ଏହାପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।  ଏଥିରେ  ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସନାତନ ଏକ କାଠଫାଳିଆରେ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏପରିକି ନିକଟରେ ଥିବା ଏକ ଗାଡିର କାଚକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।  ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *