ସତର୍କତା ସହ ରଜ ପାଳନ ପାଇଁ ପରାମର୍ଶ ଦେଲେ ରାଜ୍ୟ କୋଭିଡ-ମୁଖପାତ୍ର

ଭୁବନେଶ୍ୱର :-ଆଗକୁ ଅଛି ଓଡିଆଙ୍କ ସବୁଠାରୁ ବଡ ପର୍ବ ରଜ । ରବିବାର ଠାରୁ ଆରମ୍ଭ ହେବାକୁ ଥିବା ରଜ ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ କୋଭିଡ-୧୯ ମୁଖପାତ୍ର । ସୁବ୍ରତ ବାଗଚି କହିଛନ୍ତି, ରଜ ପାଳନ କରନ୍ତୁ ହେଲେ ଖୁବ୍ ସାବଧାନତାର ସହ । ମା’ ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ ଦେବାର ପର୍ବ ରଜ । ଏହି ସମୟରେ ସତର୍କ ରହିବା ଓ ଦାୟିତ୍ୱବୋଧ ପାଳନ ମଧ୍ୟ କର୍ତ୍ତବ୍ୟ । ହେଲେ ଆମେ ଜୀବନକୁ ବିପନ୍ନ କରି ପାଳନ କରିବା ଉଚିତ୍ ନୁହେଁ । କରୋନା ପାଇଁ ରାଜଯୋଟକ ହେଉଛି ଲୋକ ଭିଡ । ଯେଉଁଠି ଲୋକ ଭିଡ କରୁଛନ୍ତି , ସେଠି ସୁପରସ୍ପ୍ରେଡରର ଆଶଙ୍କା ରହିଛି ।ରଜ ବଜାରକୁ ଗଲେ ସାମାଜିକ ଦୂରତା ରକ୍ଷା କରନ୍ତୁ । ଅତି ଜରୁରୀ ହେଲେ ଭିଡରୁ ଦୂରେଇ ରହିବା ସହ ମାସ୍କ ପିନ୍ଧି ବଜାର ଯାଆନ୍ତି । ପରିବାରରୁ କେବଳ ଜଣେ କିଣିବାକୁ କରିଯିବା ଉଛିତ । ଜିନିଷ କିଣି ଆଣିବା ପରେ ପ୍ରଥମେ ସାନିଟାଇଜ କରନ୍ତୁ, ପରେ ଘରକୁ ଆଣନ୍ତୁ । ପରିବାର ଭିତରେ ଏହି ପର୍ବ ପାଳନ କରିବାକୁ ଚେଷ୍ଟା କରନ୍ତୁ । ଘରେ ଭିତରେ ପାନ ଖାଇବା , ତାସ ଖେଳିବା । ବାହାରକୁ ଯାଇ ବୁଲାବୁଲି, ଖେଳାଖେଳିରୁ ଦୂରେଇ ରହିବା । ସଂଯମ, ସାବଧାନତା ଓ ଦାୟିତ୍ୱବୋଧକୁ ପାଳନ କରିବା ।ଉଭୟ ବ୍ୟବସାୟୀ ଓ ଗ୍ରାହକ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜେସନ୍ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି । ନଗଦ କାରବାର ନକରି ଗ୍ରାହକମାନେ ଦୋକାନ ବାହାରେ ୬ ଫୁଟର ଦୂରତ୍ୱ ରଖିବା ଉଚତ ।

Leave a Reply

Your email address will not be published. Required fields are marked *