ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର:-ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନାଁ ନେଇ ଟଙ୍କା ଆଦାୟ ଅଭିଯୋଗ ପରେ ଜଣଙ୍କୁ ଗିରଫ କରିଛି ପୋଲିସ୍। ସବ୍ୟସାଚୀଙ୍କ ଅଭିଯୋଗ ପରେ କୋଏମ୍ବାଟୁରରୁ ଜଣେ ଓଡ଼ିଆ ଯୁବକଙ୍କୁ  ଗିରଫ କଲା ପୋଲିସ। କୋଏମ୍ବାଟୁର ପୋଲିସକୁ ରାଜ୍ୟ କମିଶନରେଟ ପୋଲିସ ଜଣାଇବା ପରେ ଯୁବକ ଜଣଙ୍କ ଗିରଫ ହୋଇଛି। ଏପଟେ ଗିରଫ ଯୁବକଙ୍କୁ ଓଡିଶା ଆଣି ଅଧିକ ତଦନ୍ତ କରିବ ବୋଲି କମିଶନରେଟ୍ ପୋଲିସ୍ କହିଛି।

କରୋନା ସକାଶେ ଲକଡାଉନ୍‌ରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ବହୁ ଲୋକଙ୍କୁ ସବ୍ୟସାଚୀ ସେମାନଙ୍କ ଘରକୁ ପଠାଇଛନ୍ତି। ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଓଡ଼ିଶା ଆଣିଥିଲେ ସବ୍ୟସାଚୀ।  ବସ୍ ଓ ଟ୍ରେନ ଯୋଗେ ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ସବ୍ୟ ସେମାନଙ୍କ ଘରକୁ ପଠାଇଛନ୍ତି। ଗୋଟେ ପଟେ ଲକ୍‌ଡାଉନ୍‌ରେ ଫସି ରହିଥିବା ଲୋକମାନଙ୍କୁ ବଲିଉଡ୍‌ର ସୋନୁ ସୁଦ୍‌ ସାହାଯ୍ୟ କରୁଥିବା ବେଳେ ଅନ୍ୟପଟେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଲକ୍‌ଡାଉନ୍‌ରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *