ରଜ ପାଇଁ ଜନପଥରେ ଥିବା ଅମ୍ବର ସୋ ରୁମରେ ଅସମ୍ଭାଳ ଭିଡ଼, ରହିଲାନି ସାମାଜିକ ଦୂରତା, ସିଲ କଲା ବିଏମସି

ଭୁବନେଶ୍ୱର:- ବଜାରରେ ରଜ ଭିଡ । ରଜ ପାଖେଇ ଆସୁଥିବାରୁ ସମସ୍ତେ ନୂଆ ଲୁଗା କିଣାକିଣି କରିବାରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ମାର୍କେଟରେ ନାହିଁ ନଥିବା ଭିଡ ଜମୁଛି । କରୋନା ମହାମାରୀ ସମୟରେ ଲୋକେ ସତେ ଯେମିତି କଟକଣାକୁ ଭୁଲି ଯାଉଛନ୍ତି ।ଭୁବନେଶ୍ବର ସ୍ଥିତ ଜନପଥରେ ଥିବା ଅମ୍ବର ସୋ’ରୁମ୍ ସିଲ୍ କରାଯାଇଛି । କରୋନା ଯୋଗୁଁ ଜାରି କରାଯାଇଥିବା ସାମାଜିକ ଦୂରତା ନିୟମ ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ସୋ’ରୁମ୍ କୁ ସିଲ୍ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର କଟକ ଦୋଳମୁଣ୍ଡାଇ ସ୍ଥିତ ଅମ୍ବର ଏନଏକ୍ସ ସୋ’ରୁମ୍ ମଧ୍ୟ ସିଲ୍ କରାଯାଇଥିଲା । ସିଏମସି ଏହି ସୋ’ରୁମକୁ ସିଲ୍ କରିଥିଲା ।

Leave a Reply

Your email address will not be published. Required fields are marked *