ଓଡିଶା ସହିତ ଏହି ୧୫ଟି ରାଜ୍ୟରେ ହେବ କରୋନା ବିସ୍ଫୋରଣ
ନୂଆଦିଲ୍ଲୀ;=କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହାଇ-ଲେବଲ ଟିମ୍ ମୁତୟନ କରିଛନ୍ତି। ଏହି ୧୫ ରାଜ୍ୟରେ ୫୦ରୁ ଅଧିକ ଜିଲ୍ଲା ଓ ନଗର ନିଗମ୍ ରହିଛି ଯେଉଁଠି କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଟିମ୍ ରାଜ୍ୟକୁ କୋଭିଡ୍ ଆଉଟବ୍ରେକ୍ର ମ୍ୟାନେଜମେଣ୍ଟରେ ସାହାଯ୍ୟ କରିବ ଓ କଣ୍ଟେନମେଣ୍ଟ ପାଇଁ ଟେକ୍ନିକାଲ ସର୍ପୋଟ ଦେବ। ପ୍ରତି ଟିମରେ ୩ଜଣ ମେମ୍ବର ରହିବେ। ଦୁଇଜଣ ପବ୍ଲିକ ହେଲଥ୍ ଏକ୍ସପର୍ଟ, ମହାମାରୀବିତ୍, କ୍ଲିନିସିୟନ୍ସ ଓ ଜଣେ ଜଏଣ୍ଟ ସେକ୍ରେଟାରୀ ରାଙ୍କର ଅଧିକାରୀ ରହିବେ, ଯିଏକି ପ୍ରଶାସନିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବେ।
ଏହି ୧୫ ଟି ରାଜ୍ୟ ହେଲା
୧-ମହାରାଷ୍ଟ୍ର( ସାତଟି ଜିଲ୍ଲା/ମ୍ୟୁନିସପାଲିଟି)
୨-ତାମିଲନାଡୁ(ସାତଟି ଜିଲ୍ଲା)
୩-ଆସାମ(୬ ଜିଲ୍ଲା)
୪-ରାଜସ୍ଥାନ(୫ ଜିଲ୍ଲା)
୫-ମଧ୍ୟ ପ୍ରଦେଶ(୫ ଜିଲ୍ଲା)
୬-ଓଡିଶା(୫ ଜିଲ୍ଲା)
୭- ତେଲେଙ୍ଗାନା(୪ ଜିଲ୍ଲା)
୮-କର୍ଣ୍ଣାଟକ (୪ ଜିଲ୍ଲା)
୯- ହରିୟାଣା(୪ ଜିଲ୍ଳା)
୧୦-ବିହାର(୪ ଜିଲ୍ଲା)
୧୧-ଉତ୍ତର ପ୍ରଦେଶ (୪ ଜିଲ୍ଲା)
୧୨-ଦିଲ୍ଳୀ(୩ ଜିଲ୍ଲା)
୧୩-ଗୁଜରାଟ(୩ ଜିଲ୍ଲା)
୧୪- ଉତ୍ତରାଖଣ୍ଡ(୩ ଜିଲ୍ଲା)
୧୫- ପଶ୍ଚିମବଙ୍ଗ(୩ ଜିଲ୍ଲା)
ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, ଏହି ଟି୍ ଫିଲ୍ଡରେ କାମ କରୁଛି। ଜିଲ୍ଲା ଓ ସହରରେ କଣ୍ଟେନମେଣ୍ଟ ଉପାୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସାହାଯ୍ୟ ପାଇଁ ଟିମ୍ ହେଲଥକେୟାର ଫାସିଲିଟିର ଗସ୍ତ କରୁଛି। ଏହି କେସ୍ ଗୁଡିକରେ କ୍ଲିନିକାଲ ମ୍ୟାନେଜମେଣ୍ଟରେ ମଧ୍ୟ ରାଜ୍ୟକୁ ସାହାଯ୍ୟ କରିବ। ମନ୍ତ୍ରଣାଳୟର କହିବା ଅନୁସାରେ, ଟିମ୍ ରାଜ୍ୟ ସାମନାକୁ ଆସୁଥିବା ଚ୍ୟାଲେଞ୍ଜକୁ ଦୂର କରିବାର ଚେଷ୍ଟା କରିବ। ଏବେ ବହୁ ରାଜ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କମ୍ ଟେଷ୍ଟ, ବେଡର ଅଭାବ, ହାଇ କନଫରମେସନ୍ ରେଟ୍, ଆଗାମୀ ଦୁଇ ମାସରେ କ୍ଷମତା କମ୍ ହେବାର ସମ୍ଭାବନା,










