ମହିଳା କନଷ୍ଟେବଳଙ୍କୁ ଡରୁଛନ୍ତି ପୋଲିସ ଡ଼ିଜି! ,ଏକାଧିକ ମାମଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କାହିଁକି ?

ଭୁବନେଶ୍ୱର-ରାଜ୍ୟ ପୋଲିସ ଡ଼ିଜି ଜଣେ ମହିିଳା କନଷ୍ଟେବଳଙ୍କ ବିିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି। ଯାହାର ପରିଣାମ ଅନେକ ପୋଲିସ କର୍ମଚାରୀ ଭୋଗୁଛନ୍ତି। ସେମାନଙ୍କୁ ଏହି ମହିଳା କନେଷ୍ଟବଳ ଜଣଙ୍କ ଶିକାର କରି ମିଛ ମାମଲାରେ ଫସାଉଛନ୍ତି। ବିଚରା ଅନେକ ଅଧିକାରୀ  କିଛି ଦୋଷ ନ କରି ବଳି ପଡୁଛନ୍ତି। ଏହି ମହିଳାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ଏବଂ ଜିଆରପି ଥାନାରେ ମାମଲା ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରିକି ମହିଳା କନଷ୍ଟେବଳଙ୍କ ରହୁଥିବାା ଜିଆରପି କଲୋନୀରେ ଉତ୍ପାଉତ କରୁୁୁଛନ୍ତି।

ତାଙ୍କ ଉତ୍ପାତରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି। କଣ୍ଟା ବାଡ଼ରେ ଲୁଗା ପକେଇ ଝଗଡା କରୁଛନ୍ତି। ଏପରି ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଏନେଇ ରେଲୱେ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳୁନି।

ଏପରିକି କନଷ୍ଟେବଳ ଜଣଙ୍କ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟନୁଷ୍ଠାନ ନେଲେ ପରିଣାମ ଭୟଙ୍କର ହେବ ବୋଲି ଧମକାଉଛନ୍ତି। ଯଦି ତାଙ୍କୁ ନିଲମ୍ବନ କରାଯାଏ ତେବେ ସେ ରେଲୱେ ଏସପିଙ୍କ  ଅଫିସ ଆଗରେ ଆତ୍ମହତ୍ୟା କରିବେ, ଆଉ ଏଥିପାଇଁ ଦାୟୀ ନିଲମ୍ବିତ କରିଥିବା ଅଫିସର ଦାୟି ରହିବେ କହି  ଧମକାଉଛିନ୍ତି। ଏହି ମହିଳାଙ୍କ ବିଷୟରେ ରେଲୱେ ଏଡ଼ିଜି, ରେଲୱେ ଏସପି ଏବଂ ଗୁଇନ୍ଦା ଡ଼ିଜି ମଧ୍ୟ ଜାଣିଛନ୍ତି। ହେଲେ କେହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

ତାଙ୍କ ଚାକିରୀ କାଳ ମଧ୍ୟରେ ତାଙ୍କ ବିରୋଧରେ ଗତ 2006 ରୁ ରହିଛି ମାଳମାଳ ସଂଗୀନ ଅଭିଯୋଗ।ଵଏହି କାରଣରୁ ବିଭିର୍ନ ସ୍ଥାନରୁ ତାଙ୍କର ବାରମ୍ବାର ବଦଳି ହେବା ସହ ଏଯାଏ 30ରୁ ଅଧିକ ଥର ପୋଷ୍ଟିଙ୍ଗ ମଧ୍ୟ ହୋଇଛି। 2015 ରେ ସେ କଟକ ଓ ଭଦ୍ରକ ରେ କାର୍ଯ୍ୟ କରୁଥିବାବେଳେ ତତ୍କାଳୀନ ଦୁଇ ଜଣ ଇନ୍ସପେକ୍ଟରଙ୍କ ବିରୋଧରେ ମିଥ୍ୟା ଆରୋପଲଗାଇ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତାହା ପରେ ତଦନ୍ତରୁ ମିଥ୍ୟାବୋଲି ମଧ୍ୟ ପ୍ରମାଣିତ ହୋଇଛି।ଏହାଛଡା ଅତୀତରେ କେତେକବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ସମେତ ଅନେକବ୍ୟକ୍ତି ବିଶେଷଙ୍କୁ ସେ ଦୁର୍ବ୍ୟବହାର ଓ ହଇରାଣହରକତ କରିଥିବା ସହ ବେଆଇନଭାବେ ଲାଞ୍ଚନେବା ଅଭିଯୋଗ ନେଇ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ଡିପାର୍ଟମେନଟାଲ ପ୍ରୋସିଡ଼ିଙ୍ଗ ଚାଲିଛି। ପୁଣି ନିକଟରେ ଭୁବନେଶ୍ୱର ଜିଆରପି ଓ ଲକ୍ଷ୍ମୀସାଗର ଥାନାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ପୋଲିସ କେସର ତଦନ୍ତ ମଧ୍ୟ ଚାଲିଛି। ଏ ସମ୍ପର୍କରେ ରେଳବାଇ ଏସପି,ବିଭାଗୀୟ ଏଡିଜି,ଏଡିଜି ହେଡକ୍ୱାର୍ଟର,ଏଡିଜି କ୍ରାଇମ,ଆଇଜି ପର୍ଶନେଲ ଓ ଡିଜିପିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କ୍ରମାଗତ ଭାବେ ଲିଖିତ ଅଭିଯୋଗ ହେବା ସ୍ଵତ୍ୱେ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ମାତ୍ର ବିଭାଗୀୟ ତଦନ୍ତ ଆଳରେ ତାଙ୍କ ବିରୋଧରେ ଉପଯୁକ୍ତଦଣ୍ଡ ବିଧାନ କରିବା ଦିଗରେ ବିଭାଗୀୟ କର୍ତୃପକ୍ଷ କାଳକ୍ଷେପଣ ନୀତି ଚଳାଇଛନ୍ତି। ତେବେ ଯେଉଁ ନ୍ୟାୟରେ ପୂର୍ବରୁ ଲକଡାଉନ ସମୟରେ ଅନେକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ସେଇଭଳି ଏହି କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ପୋଲିସ ବିଭାଗ ସ୍ୱଚ୍ଛତା ପ୍ରଦଶନ କରନ୍ତୁ ବୋଲି ଦାବି ହେଉଛି। ଏନେଇ ରେଲୱେ  ଏସପି ଅଶୋକ କୁମାର ବିଶ୍ୱାଳଙ୍କୁ ଏନେଇ ପଚାରିବାରେ ଏବାବଦରେ ଆଲୋଚନା ହୋଇଛି,ତାଙ୍କ ବିରୋଧରେ ଯଥାଶୀଘ୍ର ତଦନ୍ତ ସାରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ।ତେବେ ଆଗାମୀ ଦିନରେ ଦେଖବାକୁ ବାକି ରହିଲା ରାଜ୍ୟ ପୋଲିସର ବିଭାଗ ଏହି ମହିଳା କନଷ୍ଟେବଳଙ୍କୁ ନିଲମ୍ବିତ କରୁଚନ୍ତି ନା ବାଘୁଣୀ ଆଗରେ ମୂଷା ପରି ଚୁପଚାପ ଶୋଇ ରହୁଛି।


Leave a Reply

Your email address will not be published. Required fields are marked *