ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ବଖରା ଘର
ବ୍ରହ୍ମପୁର:-ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ଅଳସୁ ପଞ୍ଚାୟତର ଖଇରଝୋଳ ଗାଁରେ ଅଗ୍ନିକାଣ୍ଡ । ଗାଁ ର ୧୨ ଟି ଘର ନିଆଁ ରେ ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ପରିବାର ଖୋଲା ଆକାଶ ତଳେ ରହିଛନ୍ତି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ର ଆକଳନ କରିବା ସହ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡିଛି ।










