ଲକ୍ ଡାଉନ୍ରେ ୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେ-ଜି !
ମୁମ୍ୱାଇ – କରୋନା ଭାଇରସ୍ ଲକ୍ ଡାଉନ୍ରେ ଅନେକ ବ୍ୟବସାୟ ମାନ୍ଦା ପଡ଼ିଯାଇଛି। କିଛି ବେପାର ଠପ୍ ହୋଇଯିବା ସହ ଆଉ କିଛି ଅଶେଷ କ୍ଷତିର ଶିକାର ହୋଇଛନ୍ତି । କିନ୍ତୁ ଏହି ସଙ୍କଟ ଭିତରେ ଲୋକପ୍ରିୟ ପାର୍ଲେ-ଜି ବିସ୍କୁଟ୍ ଏତେ ଅଧିକ ବିକ୍ରି ହୋଇଛି ଯେ, , ଏହା ଗତ ୮୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।
ମାତ୍ର ୫ ଟଙ୍କାରେ ମିଳୁଥିବା ଏହି ପାର୍ଲେ-ଜି ବିସ୍କୁଟ୍ର ପ୍ୟାକେଟ୍ ଶହ ଶହ କିଲୋମିଟର ପାଦରେ ଚାଲି ଯାଉଥିବା ପ୍ରବାସୀମାନଙ୍କର ଖୁବ୍ ସାହାଯ୍ୟରେ ଆସିଛି । କିଏ କିଣି କି ଖାଇଛନ୍ତି ତ ଆଉ କିଏ ଏହି ବିସ୍କୁଟ୍କୁ ସାହାଯ୍ୟ ଆକାରରେ ଅନ୍ୟକୁ ବାଣ୍ଟିଛନ୍ତି । ବହୁତ ଲୋକ ନିଜର ଘରେ ପାର୍ଲେ-ଜି ବିସ୍କୁଟ୍କୁ ଆଗକୁ ଖାଇବା ପାଇଁ ସାଇତି ରଖିଥିଲେ ।
୮୨ ବର୍ଷର ରେକର୍ଡ ବିକ୍ରି –
ପାର୍ଲେ-ଜି ୧୯୩୮ ମସିହାରୁ ଲୋକଙ୍କର ପସନ୍ଦ ଯୋଗ୍ୟ ବ୍ରାଣ୍ଡ୍ ଭାବେ ଆଦୃତ ହୋଇଛି । ଲକ୍ ଡାଉନ୍ ମଧ୍ୟରେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସରେ ସବୁଠୁ ଅଧିକ ବିସ୍କୁଟ୍ ବିକ୍ରି କରିବାର ରେକର୍ଡ କରିଛି । ପାର୍ଲେ-ଜି କମ୍ପାନୀ କେତେ ସଂଖ୍ୟାରେ ବିସ୍କୁଟ୍ ବିକ୍ରି କରିଛି, ତାହା ତ ସ୍ପଷ୍ଟ କରିନି , କିନ୍ତୁ ଏହା କହିଛି ଯେ, ମାର୍ଚ୍ଚ, ଏପ୍ରିଲ୍, ଓ ମେ ମାସ ଗତ ୮ ଦଶକ ଅପେକ୍ଷା ସବୁଠୁ ଭଲ ମାସ ହୋଇଛି ।