ଶନିବାର ଓ ରବିବାର ସଟଡାଉନ୍, ଅଯଥା ଗୁଜବରେ ବିଶ୍ୱାସ ନକରିବାକୁ ଏସଆରସିଙ୍କ ପରାମର୍ଶ
ଭୁବନେଶ୍ୱର,:- କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୧୧ ଟି ଜିଲ୍ଲାରେ ଏବେ ଶନିବାର ଓ ରବିବାର ସଟଡାଉନ୍ ହେଉଛି । କିନ୍ତୁ କେହି କେହି ଅନ୍ୟ ଦିନରେ ସଟଡାଉନ୍ ହେବ ବୋଲି ମଧ୍ୟ ପ୍ରଚାର କରୁଛନ୍ତି । ଏହି ଖବରକୁ ଖଣ୍ଡନ କରି ଟ୍ୱିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବା ଏସଆରସି ପ୍ରଦୀପ ଜେନା । ଏହା ଏକ ଗୁଜବ ବୋଲି ସେ କହିଛନ୍ତି ।ଏସଆରସି କହିଛନ୍ତି ଯେ, ସପ୍ତାହରେ କେବଳ ଶନିବାର ଓ ରବିବାର ସଟ୍ଡାଉନ୍ ରହିବ । ୧୧ ଜିଲ୍ଲାରେ ଶନିବାର ଓ ରବିବାର ସଟ୍ଡାଉନ୍ ରହିବ । ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ ସଟ୍ଡାଉନ୍ ହେବନାହିଁ । ଅନ୍ୟ ଦିନ ଗୁଡ଼ିକରେ ସଟ୍ଡାଉନ୍ ନେଇ ଗୁଜବକୁ ବିଶ୍ୱାସ କରନ୍ତୁନି ବୋଲି ସେ ପରାମର୍ଶ ଦେବା ସହ ଆତଙ୍କିତ ନହେବାକୁ ମଧ୍ୟ କହିଛନ୍ତି ।