ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଲାଗିଲା ଥର୍ମାଲ ଇମେଜିଙ୍ଗ କ୍ୟାମେରା

ଭୁବନେଶ୍ବର:-ଭୁବନେଶ୍ବର ରେଳ ଷ୍ଟେସନରେ ଲାଗିଲା ଟେମ୍ପରେଚର ସ୍କ୍ରିନିଙ୍ଗ ସିଷ୍ଟମ। ଟ୍ରେନରେ ଯାତ୍ରା  କରିବାକୁ ଥିବା ରେଳ ଯାତ୍ରୀଙ୍କୁ ଏଣିକି ଥର୍ମାଲ ଇମେଜିଙ୍ଗ କ୍ୟାମେରା ମାଧ୍ୟମରେରେ ତାପମାତ୍ରା ମପାଯିବ। ଦିନକୁ ଦିନ ଅଧିକ ଟ୍ରେନ ଚଳାଚଳ  ସହ ଅଧିକ ସଂଖ୍ୟକ ଯାତ୍ରୀ ଚଳାଚଳକୁ ଦୃଷ୍ଟିରେ ରଖି ପୂର୍ବତଟ  ରେଳବାଇ ପକ୍ଷରୁ  ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ରେଳ ଷ୍ଟେସନର ଏଣ୍ଟ୍ରି ପଏଣ୍ଟରେ ଏହି ଟେମ୍ପରେଚର  ସ୍କ୍ରିନିଙ୍ଗ ସିଷ୍ଟମ ଲଗାଯାଇଛି । ଫଳର ଏଣିକି  ର୍ଥମାଲ ସ୍କ୍ରିନିଙ୍ ପାଇଁ ରେଳ ଷ୍ଟେସନରେ ଲାଇନରେ ଅଧିକ ସମୟ  ଛିଡା ହେବାକୁ ପଡିବ ନାହିଁ। ଲକ୍‌ଡାଉନ୍ ଅଧିକ କୋହଳ ହେବା ଯୋଗୁଁ ରେଳ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *