ମାସ୍କ ନପିନ୍ଧି ଟ୍ରୋଲ ହେଲେ କରୀନା-ସୈଫ
ମୁମ୍ବାଇ: କରୋନା ଭୂତାଣୁ ମହାମାରୀ ହେତୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ତେବେ ଲକଡାଉନ୍ ବର୍ତ୍ତମାନ ଅନଲକ୍ କରିବା ଆରମ୍ଭ କରିଛି । ତେବେ ଏହି ଅନଲକ୍ ରେ ସରକାର କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ମାସ୍କ ପିନ୍ଧିବା । ଗତ ସନ୍ଧ୍ୟାରେ କରୀନା ଏବଂ ସୈଫ ମେରାଇନ ଡ୍ରାଇଭ ନିକଟରେ ପୁଅ ତୈମୁରଙ୍କ ସହ ବୁଲୁଥିବାର ନଜର ଆସିଥିଲେ ।
ଏହି ଭିଡିଓରେ, କରିନା ମାସ୍କ ପରିଧାନ କରିଥିବାବେଳେ ସୈଫ ବିନା ମାସ୍କର ମେରାଇନ୍ ଡ୍ରାଇଭରେ ବୁଲୁଥିବା ଦେଖିବାକୁ ମିଳିଛି । ବାହାରକୁ ବାହାରି ଟ୍ରୋଲର ଶିକାର ହେଲେ ସୈଫ ଅଲ୍ଲୀ ଖାନ ଓ କରୀନା କପୁର । ତେବେ ଲକଡାଉନ ପରେ ପରେ ଅନେକ ଫିଲ୍ମ ଷ୍ଟାର ଧୀରେ ଧୀରେ ୱାକକୁ ବାହାରିଛନ୍ତି । କିନ୍ତୁ ବର୍ତ୍ତମାନ ସୈଫ୍ ଅଲ୍ଲୀ ଖାନ ଓ କରୀନା କପୁରଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ସୋସିଆଲ ମିଡିଆରେ ଉଭୟଙ୍କୁ ଟ୍ରୋଲ କରାଯାଇଛି ।
ତେବେ ସେ ଘରୁ ବାହାରିବା ସମୟରେ ବଡ ଭୁଲ କରିଦେଲେ । ପ୍ରଥମ କଥା ସେ ତୈମୁରଙ୍କୁ ମଧ୍ୟ ବାହାରକୁ ନେଇ ଥିଲେ । ଆଉ ଲୋକମାନେ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ଯେ ସେମାନଙ୍କର ମାସ୍କ କାହିଁ ? ଅନେକ ଲୋକ ଏଭଳି ବି କହୁଛନ୍ତି ଯେ, ଦୁହିଁଙ୍କୁ ତୈମୁର ସହ ଏଭଳି ଦେଖି ଲାଗୁଛି ଯେ, ମୁମ୍ବାଇ କୋଭିଡ 19 ଫ୍ରି ହୋଇସାରିଛି । ଲୋକେ କହିଛନ୍ତି ଯେ ସରକାର ବୁଲିବା ପାଇଁ ନୁହେଁ, ଆବଶ୍ୟକ ସାମଗ୍ରୀ କିଣିବାକୁ ବାହାରକୁ ଯିବାକୁ କହିଛନ୍ତି । ଏଥି ସହିତ, ଅନେକ ଲୋକ କଡା ପ୍ରଶ୍ନ କରିଛନ୍ତି ଯେ ସେଲିବ୍ରିଟିମାନଙ୍କୁ କରୋନା ସଂକ୍ରମଣ କରିପାରିବ ନାହିଁ କି ?