ବାଘ ଛାଲ ରାକେଟ୍ର ପର୍ଦ୍ଦାଫାସ୍, ଏସଟିଏଫ ହାତରେ ୨ ବେପାରୀ
ଭୁବନେଶ୍ୱର: ବାଘ ଛାଲ ରାକେଟ୍ର ପର୍ଦ୍ଦାଫାସ୍। କ୍ରାଇମବ୍ରାଞ୍ଚ STF ବାଘ ଛାଲ ରାକେଟ ପର୍ଦ୍ଦାଫାସ କରିଛି। ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବାଘ ଛାଲ ବେପାରୀ ଗିରଫଙ୍କୁ ଗିରଫ କରିଛି ଏସଟିଏଫ୍। ଏଥିସହ ୨ଟି କଲରା ପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି।
ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି, ବାଘର ଛାଲ ଗୁଳି ମରାଇଥିବାର ଚିହ୍ନ ରହିଛି। ତେବେ ବାଘକୁ କେଉଁଠୁ ମରାଯାଇ ଏହି ଛାଲ ଅଣାଯାଇଛି ତାର ତଦନ୍ତ ଏସଟିଏଫ କରିବା ନେଇ ଜଣାପଡ଼ିଛି।
ଏହି ଅଭିଯୋଗରେ ଆଜି ୨ ଜଣ ଧରାପଡିଛନ୍ତି, ସେମାନଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। ଓଡ଼ିଶାକୁ ବାହାର ରାଜ୍ୟକୁ ବାଘ ଛାଲ ଚାଲାଣ ଅନେକ ଥର ନଜିରକୁ ଆସିଛି।










