ନେତା ହେବ ତ ଏମିତି…୪ ଥର ରହିସାରିଛନ୍ତି MLA, ତଥାପି ପକା ଘର କରି ପାରିଲେ ନାହିଁ,

ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ବିଧାନସଭା ରେ 4 ଥର ବିଧାୟକ ହେଇସାରିଛନ୍ତି I ଏହି ବିଧାୟକ ଙ୍କ ର ନାମ ହେଉଛି ରଘୁନାଥ ସିଂ I ଏତେ ବର୍ଷ MLA ହେବା ସତ୍ୱେ ମଧ୍ୟ ତାଙ୍କୁ ପାର୍ଟି ଟିକେଟ ଦେଇନାହିଁ I 2003 ମସିହା ପରେ ରଘୁରାଜ କୌଣସି ନିର୍ବାଚନ ଲଢିନାହାନ୍ତି I ଏବଂ ଆଜିକା ସମୟ ରେ ସେ ସାଧାରଣ ଜୀବନଯାପନ କରୁଛନ୍ତି I ଜଣେ ନେତା ଯେଉଁପରି ବିଳାସପୁର୍ଣ ଜୀବନଶୈଳୀ ଅତିବାହିତ କରିବା କଥା ସେପରି ଜୀବନଶୈଳୀ ସେ ଅତିବାହିତ କରୁନାହାନ୍ତି I ସେ ଜଣେ ଇମାନଦାର ବ୍ୟକ୍ତି ଙ୍କ ପରି କେବଳ ଲୋକ ଙ୍କ ର ସେବା କରି ଆସିଛନ୍ତି Iଚାରି ଥର ଭାରତୀୟ ଜନତା ପାର୍ଟି ରେ MLA ହେବା ପରେ 2003 ମସିହା ରେ ସେ ପାର୍ଟି ରୁ ପୁଣି ଟିକେଟ ପାଇଁ ଅପିଲ କରିଥିଲେ କିନ୍ତୁ ତାଙ୍କ ଠାରୁ ଟିକେଟ ବଦଳ ରେ 14 ଲକ୍ଷ ଟଙ୍କା ମଗାଯାଇଥିଲା I ଇମାନଦାର ରଘୁରାଜ ସିଂ ଏତେ ଟଙ୍କା ଦେବାକୁ ସକ୍ଷମ ନ ଥିଲେ I କାରଣ ସେ ଏତେ ଥର MLA ରହିକି ମଧ୍ୟ ନିଜ ଘର ର ମରାମତି ଠିକ ରେ କରିପାରି ନାହାନ୍ତି ଓ ଏକ ସାଧାରଣ ଘରେ ରହୁଛନ୍ତି I ଏବଂ ତାଙ୍କ ର ଏକ ଜିପ ଯାହା କି ଆଜି ମଧ୍ୟ ଖରାପ ହେଇ ଘର ବାହାରେ ରହିଛି Iରଘୁରାଜ ନିମାଡ଼ଖେଡି ବିଧାନସଭା ରୁ 1977 ରୁ 1988 , 1980 ରୁ 1985 , 1990 ରୁ 1992 ଓ 1993 ରୁ 1997 ମଧ୍ୟ ରେ ବିଧାୟକ ପଦବୀ ରେ ଥିଲେ I ରଘୁରାଜ ସିଂ ତୋମର ପୁନାସା ବ୍ଲକ ମୁଖ୍ୟାଳୟ ରୁ 10 କିମି ଦୂର ରୀଛଫଲ ଗ୍ରାମ ରେ ଏକ ପୁରୁଣା ଘରେ ରୁହନ୍ତି I ଏବଂ ରଘୁରାଜ ପେନ୍ସନ ରୂପେ 35,000 ଟଙ୍କା ପାଇଥାନ୍ତି I ସେ ନିଜ ର ଚିକିତ୍ସା ସହ ନିଜ ପିଲା ଙ୍କ ର ପାଠପଢା ରେ ମଧ୍ୟ ଟଙ୍କା ଖର୍ଚ୍ଚ କରିଥାନ୍ତି I ରଘୁରାଜ 1971 ରେ ଜେଲ ମଧ୍ୟ ଯାଇଥିଲେ ଏବଂ 1975 ରେ ମିସାବନ୍ଦୀ ରହିଥିଲେ Iଯେତେବେଳେ ରଘୁରାଜ ବିଧାୟକ ଥିଲେ ସେତେବେଳେ ସେ ବସ ରେ ଯିବା ଆସିବା କରୁଥିଲେ I ତାଙ୍କ ପାଖ ରେ ପୂର୍ବଜ ଙ୍କ ର 140 ଏକର ଜାଗା ମଧ୍ୟ ରହିଛି I ବିଧାୟକ ପଦବୀ ରେ ଥାଇ ମଧ୍ୟ ସେ କୌଣସି ଜାଗା କିଣିନାହାନ୍ତି I ଏକଦା କିଛି ଲୋକେ ତାଙ୍କୁ 500000 ଟଙ୍କା ଲାଞ୍ଚ ଦେଇଥିଲେ କିନ୍ତୁ ସେ ନେଇ ନ ଥିଲେ I ସେହିପରି ଏକ କଳକାରଖାନା ର ମାଲିକ ତାଙ୍କୁ 1500000 ଟଙ୍କା ର ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ନେଇ ନ ଥିଲେ I

Leave a Reply

Your email address will not be published. Required fields are marked *