୨ ଅଭିଯୁକ୍ତଙ୍କୁ କରୋନା – କ୍ୱାରେଣ୍ଟାଇନ୍‌ରେ ବ୍ରହ୍ମପୁର ଜରଡା ଥାନାର ସମସ୍ତ କର୍ମଚାରୀ

ବ୍ରହ୍ମପୁର – ବ୍ରହ୍ମପୁର ପୋଲିସ ଅନ୍ତର୍ଗତ ଜରଡା ଥାନା ପୋଲିସ ଯିବେ କ୍ୱାରାଣ୍ଟାଇନରେ ଗତ ମାସ ୨୬ ତାରିଖରେ ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଅଂଚଳରେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଥିଲା । ଏହି ମାମଲାରେ ପୋଲିସ ଚଳିତ ମାସ ୩ ତାରିଖରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା।

୪ ତାରିଖରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ କରୋନା ଟେଷ୍ଟ ପାଇଁ ପଠାଯାଇଥିଲା। ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ପରେ ଥାନା କର୍ମଚାରୀଙ୍କୁ କ୍ୱାରେଣ୍ଟଇନ ଯିବାକୁ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦେଶ ଦେଇଛନ୍ତି। ଜରଡା ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ଯିବା ପାଇଁ ନିର୍ଦେଶ ଦିଆଯାଇଛି । ଅଭିଯୁକ୍ତମାନଙ୍କୁ ଥାନାରେ ରଖାଯାଇଥିବାରୁ କିଛି ଥାନା କର୍ମଚାରୀ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ସଂକ୍ରମଣର ଆଶଙ୍କା ଥିବାରୁ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ଯିବା ପାଇଁ ଏସ୍‌ପି ନିର୍ଦେଶ ଦେଇଛନ୍ତି ।

ପୂର୍ବରୁ ପୁରୀ କୁମ୍ଭାରପଡା ଥାନା ଅଞ୍ଚଳରେ ଏକ ଛିନ୍‌ତାଇ ଘଟଣାର ଅଭିଯୁକ୍ତ କରୋନା ପଜେଟିଭ୍‌ ଥିବା କଥା ଜଣା ପଡିଥିଲା । ଏହାପରେ କୁମ୍ଭାରପଡା ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *