କମିଶନରେଟ ପୋଲିସର ୩ ଥାନା ଅଧିକାରୀ ବଦଳିଲେ,ପୁଣି ଫେରିଲେ ଶରତ ଓ ଭରତ

ଭୁବନେଶ୍ୱର:- ଜନସେବା  ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ଇନ୍ସପେକ୍ଟର ଏବଂ si  ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କହିବାକୁ ଗଲେ ମୋ ସରକାର ଯୋଜନାରେ ଖରାପ ମାର୍କ ପାଇଥିବା କମିଶନରେଟ ପୋଲିସର 3ଜଣ ଥାନା ଅଧିକାରୀଙ୍କୁ ବଦଳ କରାଯାଇଛି। ସେମାନେ ହେଲେ  ବଡଗଡ଼,ଏୟାରଫିଲଡ଼ ଓ ଧଉଳି ଥାନା ଅଧିକାରୀ, ବଡ଼ଗଡ଼ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ଗଞ୍ଜାମ ଜିଲ୍ଲା ପୋଲିସକୁ ବଦଳି କରାଯାଇଛି। ସେଇଭଳି ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତଙ୍କୁ କଟକ srp କୁ ବଦଳି କରାଯାଇଛି।ସେହିପରି ଏୟାରଫିଲଡ଼ ଥାନା ଅଧିକାରୀ  ଜ୍ଞାନେଦ୍ର  କୁମାର ସାହୁଙ୍କୁ ପୁରିକୁ ବଦଳି କରାଯାଇଛି। ପୁରୀରେ ଥିବା ଶରତ ସାହୁଙ୍କୁ ପୁଣି ଭୁବନେଶ୍ୱରକୁ ଫେରାଇ ଅଣାଯାାଇଛି। ସେ ପୂର୍ବରୁ ଖଣ୍ଡଗିରି ଏବଂ କଟକ ଟ୍ରାଫିକ ଥାନା ଅଧିକାରୀ ରହିଛନ୍ତି। ତାଙ୍କୁ ଭୁବନେଶ୍ୱର ଫେରାଇ ଆଣିବା ପରେ କେଉଁ ଥାନା ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଗଞ୍ଜାମରେ ଥିବା ଯୁବରାଜଙ୍କୁ ଭୁବନେଶ୍ୱରକୁ ବଦଳି କରାଯାଇଛି। stfରେ ଥିବା ପ୍ରଜ୍ଞାପ୍ରରମିତା ଜେନାଙ୍କୁ ନୟାଗଡ଼ ପୋଲିସ ଜିଲାକୁ ବଦଳି, ଭୁବନେଶ୍ୱର eowରେ ଥିବା ନିବେଦିତାଙ୍କୁ କଟକ srpକୁ ବଦଳି, stfରେ ଥିବା ଆଲୋକ ଜେନାଙ୍କୁ ଭଦ୍ରକ, ବ୍ରହ୍ମପୁରରେ ଥିବା ସୁମନ୍ତ କିଷାନଙ୍କୁ କେନ୍ଦ୍ରାପଡା, ବ୍ରହ୍ମପୁରରେ ଥିବା ଗୌରାଙ୍ଗ ଚରଣ ସାହୁଙ୍କୁ ଭଦ୍ରକ,କେନ୍ଦ୍ରାପଡାରେ ଥିବା ରାମଚନ୍ଦ୍ର ମୁର୍ମୁଙ୍କୁ ବ୍ରହ୍ମପୁର, ଭୁବନେଶ୍ୱର ଜିଆରପିରେ ଥିବା ଭରତ ସାହୁଙ୍କୁ କମିଶନରେଟ ପୋଲିସକୁ ଅଣା ଯାଇଛି। ଭିଜିଲାନ୍ସରେ ଥିବା ସୁଶାନ୍ତ ମିଶ୍ରଙ୍କୁ ଭଦ୍ରକ, ଭିଜିଲାନ୍ସରେ ଥିବା ଭେଲେନଟିନା ରାୟଙ୍କୁ ବ୍ରହ୍ମପୁର, କ୍ରାଇମବ୍ରାଞ୍ଚ cid କଟକରେ ଥିବା  ଅକ୍ଷୟ କୁମାର ନାୟକଙ୍କୁ ବ୍ରହ୍ମପୁରକୁ ବଦଳି ହୋଇଛି।

ସେହିପରି ପୋଲିସ siଙ୍କ ମଧ୍ୟ ବଦଳି ହୋଇଛି, କ୍ୟାପିଟାଲ ଥାନା ଯୁବତୀ ବଳାତ୍କାର ମାମଲାରେ ଅଭିଯୁକ୍ତ ପୋଲିସ ରାକେଶ ସହ ସାଥ ଦେଇ ବିବାଦକୁ ଆସିଥିବା ଥାନାର si ଅସିତ ଵଳବନ୍ତରାୟଙ୍କୁ କୋରଫୁଟକୁ ବଦଳି କରାଯାଇଛି। ସେଇପରି ନୟାପଲି ଥାନାରେ ଥିବା ଦୀପକ ଲେଙ୍କାଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି। ସେଇଭଳି ଗଞ୍ଜାମର୍ସ ଥିବା ମଞ୍ଜୁଲତା ଖଡଙ୍ଗାଙ୍କୁ ନୂଆପଡା ଏବଂ ସମ୍ବଲପୁରରେ ଥିବା କାମଲିନି ତାଣ୍ଡିଙ୍କୁ ଖୋର୍ଦ୍ଧା ଭିଜିଲାନ୍ସକି ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *