ସୋନୁ ସୁଦ କହିଲେ ବଲିଉଡରେ ତାଙ୍କ ସଂଘର୍ଷର କାହାଣୀ

ମୁମ୍ବାଇ :-ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଫିଲ୍ମରେ ଅଭିନୟ ପାଇଁ ନୁହେଁ ବରଂ ଉଦାର ହୃଦୟ ପାଇଁ ଜଣାଯାଇଥାଏ। ସେ ଗତ କିଛି ଦିନ ହେବ ଲକଡାଉନ୍ ଯୋଗୁଁ ମୁମ୍ବାଇରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଉଛନ୍ତି। ଚାରିଆଡ଼େ ତାଙ୍କର ଏହି ଉଦାର କାମର ଚର୍ଚ୍ଚା ହେଉଅଛି। ସୋନୁ ସୁଦଙ୍କ ବଲିଉଡ ଯାତ୍ରା ଖୁବ୍ କଠିନ ରହିଥିଲା। ସେ ବଲିଉଡ ଫିଲ୍ମରେ କାମ ପାଇବାକୁ ବହୁତ ଉଦ୍ୟମ କରିଥିଲେ,କିନ୍ତୁ କୌଣସି ସଫଳତା ମିଳିନଥିଲା। ଏହା ପରେ ସେ ଦକ୍ଷିଣ ଭାରତୀୟ ଫିଲ୍ମରେ ପାଦ ଥାପିଥିଲେ।ସୋନୁଙ୍କ ପ୍ରଥମ ଫିଲ୍ମର ପ୍ରଡ୍ୟୁସର ତାଙ୍କୁ ଟି-ଶାର୍ଟ ଖୋଲି ବଡି ଦେଖାଇବାକୁ କହିଥିଲେ। ସୋନୁ ତାଙ୍କ ବଡି ଦେଖାଇବାରୁ ପ୍ରଡ୍ୟୁସର ତାଙ୍କୁ ନିଜ ଫିଲ୍ମ ପାଇଁ ସାଇନ୍ କରିଥିଲେ। ଏହି ଘଟଣା ବିଷୟରେ ସୋନୁ ଏକ ସାକ୍ଷାତକାରରେ କହିଥିଲେ। ସୋନୁ ଯେତେବେଳେ ମୁମ୍ବାଇ ପହଞ୍ଚିଥିଲେ ତାଙ୍କ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ସେ ଗୋଟିଏ ଅଫିସରୁ ଆଉ ଗୋଟିଏ ଦୌଡ଼ୁଥିଲେ। ସେଠାରେ ସେ ନିଜ ଫଟୋ ଦେଖାଉଥିଲେ। ତାଙ୍କୁ ରିଜେକ୍ଟ କରି ଦିଆଯାଉଥିଲା।ତାଙ୍କୁ ମୁମ୍ବାଇ ରାସ୍ତା ଜାଣିବାକୁ ବର୍ଷେ ଦୁଇବର୍ଷ ଲାଗିଯାଇଥିଲା। ଏହା ପରେ ତାମିଲ ଭାଷାର ଜଣେ କୋର୍ଡ଼ିନେଟରଙ୍କୁ ତାଙ୍କ ଫଟୋ ଭଲ ଲାଗିଲା ଏବଂ ଏହା ପରେ ସେ ତାଙ୍କୁ ଡକାଇଥିଲେ। ସେ ଟ୍ରେନରେ ଚେନ୍ନାଇ ପହଞ୍ଚିଥିଲେ ଏବଂ ପ୍ରଥମ ଫିଲ୍ମ ସାଇନ୍ କରିଥିଲେ।

Leave a Reply

Your email address will not be published. Required fields are marked *