ଦୁଇଦିନିଆ ସଟ୍ଡାଉନ୍ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍ ମୂଲ୍ୟାୟନ ବନ୍ଦ
କଟକ,:-ସଟ୍ଡାଉନ୍ ହେଉଥିବା ୧୧ଟି ଜିଲ୍ଲାରେ ମାଟ୍ରିକ୍ ମୂଲ୍ୟାୟନ ଶନିବାର ଓ ରବିବାର ବନ୍ଦ ରହିବ । ସୋମବାରଠାରୁ ସେସବୁ ଜିଲ୍ଲାରେ ପୂର୍ବ ଭଳି ମାଟ୍ରିକ୍ ମୂଲ୍ୟାୟନ ଜାରି ରହିବ ବୋଲି ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସଟ୍ଡାଉନ୍ ବେଳେ ମାଟ୍ରିକ୍ ମୂଲ୍ୟାୟନରେ ସାମିଲ ଥିବା ପରୀକ୍ଷକମାନେ ଯା’ଆସ କରିବାରେ ଅସୁବିଧାକୁ ଦୃଷ୍ଟିରେ ରଖି ଆଜି ବୋର୍ଡ ପକ୍ଷରୁ ଖାତା ଦେଖା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।