କୋଭିଡ୍-୧୯ ପରିଚାଳନା କମିଟିରୁ ଗୋଟିଏ ଦିନରେ ୯ ଜଣ ଆଇଏଏସ ଅଫିସରଙ୍କୁ ଅବ୍ୟାହତି

ଭୁବନେଶ୍ୱର,:-କୋଭିଡ୍-୧୯ ପରିଚାଳନାର ବିଭିନ୍ନ ଦାୟିତ୍ୱରେ ଥିବା ୯ ଜଣ ଆଇଏଏସ  ଅଧିକାରୀଙ୍କୁ ଅବ୍ୟାହତି ଦିଆଯାଇଛି।

ଦାୟିତ୍ୱରୁ ଅବ୍ୟାହତି ଦିଆ ଯାଇଥିବା ଆଇଏଏସ ଅଧିକାରୀମାନେ ହେଲେ ସୁରେନ୍ଦ୍ର କୁମାର, ବିଶାଲ ଦେବ, କ୍ରିଷନ କୁମାର, ଅରବିନ୍ଦ ଅଗ୍ରଓ୍ୱାଲ, ସଚିନ ରାମଚନ୍ଦ୍ର ଯଦାବ, ଭୁପେନ୍ଦ୍ର ସିଂ ପୁନିଆ, ରଶ୍ମିତା ପଣ୍ଡା, ଅନୁ ଗର୍ଗ  ଏବଂ ଆର ଭିନିଲ କ୍ରିଷ୍ଣା । ଏହି ଅଧିକାରୀମାନଙ୍କୁ ମାର୍ଚ୍ଚ ୨୫ରେ କୋଭିଡ-୧୯ ପରିଚାଳନା କମିଟିରେ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ତେବେ ଶୁକ୍ରବାର ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଏହି ପ୍ରାଶାସନିକ ଅଧିକାରୀମାନଙ୍କୁ କୋଭିଡ-୧୯ ପରିଚାଲନାରୁ ଅନ୍ତର କରିଛନ୍ତି । ତେବେ ମାର୍ଚ୍ଚ ୨୫ରେ ଏହି ଅଧିକାରୀମାନଙ୍କୁ କୋଭିଡ-୧୯ ପରିଚାଳନା ସହ ସଂପୃକ୍ତ କରାଯାଇଥିଲା । ଆଜି ସେଥିରେ ପରିବର୍ତ୍ତନ କରାଯାଇଛି । ସରକାରୀ ନିଷ୍ପତ୍ତି ଅନୁଯାୟୀ,  ଅନୁ ଗର୍ଗଙ୍କୁ କୋଭିଡ-୧୯ ଟ୍ରେନିଂ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ବେଳେ ଭିନିଲ୍ କ୍ରିଷ୍ଣାଙ୍କୁ ସିଏମଓର କୋଭିଡ ପରାମର୍ଶଦାତା ପଦରୁ ଅବ୍ୟାହତି ଦିଆଯାଇଛି । ସେହିପରି ସୁରେନ୍ଦ୍ର କୁମାରଙ୍କୁ କୋଭିଡ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ, ବିଶାଳ ଦେବଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । କିଷନ କୁମାରଙ୍କୁ କୋଭିଡ-୧୯ ଡିଜିଟାଲ ରେସପନ୍ସ୍ ଦାୟିତ୍ବ,  ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହାୟତା ଦାୟିତ୍ୱ, ସଚିନ ଯାଦବଙ୍କୁ ମୁଖ୍ୟ ସଚିବଙ୍କ ଓଏସଡି ଦାୟିତ୍ୱ ଏବଂ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହାୟତା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *