ପ୍ରସିଦ୍ଧ ନିର୍ଦେଶକ ବାସୁ ଚାଟାର୍ଜୀଙ୍କ ପରଲୋକ
ମୁମ୍ବାଇ :- ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ଝଟକାରୁ ବାହାରି ପାରୁନଥିବାବେଳେ ତାହାକୁ ବାରମ୍ବାର ଝଟକା ଲାଗୁଛି। ବୁଧବାର ବରିଷ୍ଠ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ପରେ ଗୁରୁବାର ସକାଳେ ରୋମାଣ୍ଟିକ୍ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଚାଟାର୍ଜୀଙ୍କ ପରଲୋକ ହୋଇଯାଇଛି। ଇଣ୍ଡଷ୍ଟ୍ରିରେ ତାଙ୍କର ପରିଚୟ ବାସୁ ଦା ଥିଲା। ଏବେ ଯାଏଁ ତାଙ୍କର ମୃତ୍ୟୁର କାରଣ ବିଷୟରେ ଜଣା ପଡ଼ିନାହିଁ।୯୦ବର୍ଷ ବୟସ୍କ ବାସୁଙ୍କ ପରଲୋକର ଖବର IFTDAର ମୁଖ୍ୟ ଅଶୋକ ପଣ୍ଡିତ ଟ୍ବିଟରରେ ସେୟାର କରିଛନ୍ତି।ବାସୁ ଚାଟାର୍ଜୀଙ୍କୁ ‘ଛୋଟି ସି ବାତ’,‘ରଜନୀଗନ୍ଧା’,‘ବାତୋଁ ବାତୋଁ ମେଁ’,‘ଏକ ରୁକା ହୁଆ ଫୈସଲା’ ଏବଂ ‘ଚମେଲି କି ଶାଦି’ ଭଳି ଫିଲ୍ମର ନିର୍ଦେଶନା ପାଇଁ ଜଣାଯାଇଥାଏ। ବାସୁଙ୍କ ଅନ୍ତିମ ସଂସ୍କାର ଦ୍ବିପ୍ରହର ୨ଟାରେ ସାନ୍ତାକ୍ରୃଜ୍ ଶ୍ମଶାନ ଘାଟରେ ହେବ।ବାସୁ ଚାଟାର୍ଜୀ ୧୯୩୦ମସିହା ଜାନୁୟାରୀ ୩୦ତାରିଖରେ ଅଜମେରରେ ଜନ୍ମ ହୋଇଥିଲେ। ସେ ପ୍ରଥମ ଏପରି ଫିଲ୍ମ ନିର୍ଦେଶକ ଯିଏ କୋଲକାତାର ଛାପରୁ ଅଲଗା,ନିଜର ଏକ ଭିନ୍ନ ଶୈଳୀ ସୃଷ୍ଟି କରିଥିଲେ।










