ଟ୍ରମ୍ପଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ: ଚୀନରୁ ଆସୁଥିବା ବିମାନ ଆମେରିକା‌କୁ ପ୍ରବେଶ ମନା

ଓ୍ଵାଶିଂଟନ :-କରୋନା ଭାଇରସ୍‌କୁ ନେଇ ଚୀନ ଓ ଆମେରିକା ମଧ୍ୟରେ ସଂପର୍କ ବିଗିଡିବାରେ ଲାଗିଛି। ଏହି କ୍ରମରେ ଆମେରିକା ଚୀନ ବିରୋଧରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି। ଟ୍ରମ୍ପ ପ୍ରଶାସନ ଚୀନରୁ ଆସୁଥିବା ସମସ୍ତ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ରୋକ୍ ଜୁନ ୧୬ରୁ ଲାଗୁ ହେବ। ଆମେରିକା ପରିବହନ ବିଭାଗ ବୁଧବାର ଏହି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ଚୀନର ବିମାନ ଆମେରିକାରେ ପ୍ରବେଶ କରି ପାରିବ ନାହିଁ।

ଆମେରିକା ଏହି ପଦକ୍ଷେପ ଏଥିପାଇଁ ନେଇଛି କାରଣ ଦୁନିଆର ଦୁଇ ସବୁଠୁ ବଡ ଅର୍ଥବ୍ୟବସ୍ଥା ମଧ୍ୟରେ ବିମାନ ଚଳାଚଳକୁ ନେଇ ଥିବା ରାଜିନାମାକୁ ଚୀନ ପାଳନ କରିବାରେ ବିଫଳ ହୋଇଛି। ଚଳିତ ସପ୍ତାହରେ ଚୀନ ଆମେରିକାର ୟୁନାଇଟେଡ୍ ଏୟାରଲାଇନ୍ସ ଓ ଡେଲ୍‌ଟା ଏୟାରଲାଇନ୍ସର ବିମାନକୁ ଅନୁମତି ଦେଇପାରି ନାହିଁ। କରୋନା ଭାଇରସ୍‌ ସଂକ୍ରମଣ ଆରମ୍ଭ ହେବା ପରେ ଚୀନ ଏହି ବିମାନକୁ ନିଜ ଦେଶରେ ଚଳାଚଳ ଉପରେ ରୋକ୍‌ ଲଗାଇଥିଲା। କିନ୍ତୁ ଅନ୍ୟପଟେ କରୋନା ସଂକ୍ରମଣ ସମୟରେ ନିଜ ଦେଶରୁ ଆମେରିକାକୁ ବିମାନ ଚଳାଚଳ ଜାରି ରଖିଥିଲା। ଏବେ ଆମେରିକାର ବିମାନକୁ ପୁନର୍ବାର ଚଳାଚଳ ଲାଗି ପ୍ରସ୍ତୁତ କରାଯାଉଥିଲା, ହେଲେ ଅନ୍ୟପକ୍ଷେ ଆମେରିକା ଏବେ ଚୀନରେ ଏୟାର ଚାଇନା, ଚାଇନା ଇଷ୍ଟର ଏୟାରଲାଇନ୍ସ କର୍ପ, ଚାଇନା ଦକ୍ଷିଣ ଏୟାରଲାଇନ୍ସ କୋ. ଓ ହ୍ୟାନନ ଏୟାରଲାଇନ୍ସ ହୋଲ୍ଡିଂକୁ ନିଜ ଦେଶରେ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇଛି।

Leave a Reply

Your email address will not be published. Required fields are marked *