ଭାରତ-ଚୀନ୍‌ ସୀମାରେ ଅଶାନ୍ତ ପରିସ୍ଥିତି, ଆଲୋଚନା କଲେ ମୋଦି-ଟ୍ରମ୍ପ . !

ନୂଆଦିଲ୍ଲୀ – ଲଦ୍ଦାଖରେ ଚୀନ୍‌ ସହ ବଢ଼ୁଥିବା ଅଶାନ୍ତ ପରିସ୍ଥିତି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ କଥାବର୍ତ୍ତା ହୋଇଛନ୍ତି । ଏହି ଆଲୋଚନା ଏମିତି ସମୟରେ ହୋଇଛି ଯେବେ କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଚୀନ ମଧ୍ୟରେ ମଧ୍ୟସ୍ଥତାକୁ ନେଇ ପ୍ରସ୍ତାବ ରଖିବାର କଥା ମଧ୍ୟ କହିଥିଲା । ହେଲେ ଟ୍ରମ୍ପଙ୍କର ଏହି ପ୍ରସ୍ତାବକୁ ଭାରତ ଓ ଚୀନ୍‌ ଉଭୟ ନାପସନ୍ଦ କରିଥିଲେ ।

ଟ୍ରମ୍ପ, ମୋଦିଙ୍କୁ ଦେଲେ ଜି-୭ ସମ୍ମିଳନୀକୁ ନିମନ୍ତ୍ରଣ –

ମଙ୍ଗଳବାର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଅନେକ ବିଷୟ ଉପରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ଦୁଇ ଦେଶର କୋଭିଡ୍‌-୯ର ସ୍ଥିତି , ଭାରତ ଓ ଚୀନ୍‌ ବର୍ଡରର ଅବସ୍ଥା ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ସୁଧାର ଉପରେ ମଧ୍ୟ କଥା ଆଲୋଚନା କରିଛନ୍ତି । ଦୁଇ ନେତା ଜି-୭ ସମ୍ମିଳନୀର ଅଧ୍ୟକ୍ଷତାକୁ ନେଇ କଥା ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକାରେ ହେବାକୁ ଥିବା ଜି-୭ ସମ୍ମିଳନୀ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

କରୋନା ଭାଇରସ୍‌ ବିରୁଦ୍ଧରେ ଯୁଦ୍ଧକୁ ନେଇ ଦୁଇ ଦେଶର ପରସ୍ପରର ସହଯୋଗ ବିଷୟରେ ମଧ୍ୟ ଦୁଇ ନେତା କଥା ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦି ଜି-୭ରେ ଓ ଦେଶଗୁଡ଼ିକୁ ସାମିଲ କରିବା ନେଇ ମଧ୍ୟ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କରୋନା ପରିସ୍ଥିତି ପରେ ଏହିପରି ଦୃଢ଼ ସଙ୍ଗଠନର ଜରୁରି । ସେ କହିଛନ୍ତି ଏହି ସମ୍ମିଳନୀର ସଫଳତା ପାଇଁ ଆମେରିକା ଓ ଅନ୍ୟ ଦେଶଗୁଡ଼ିକ ସହ ମିଶି କାମ କରିବା ଭାରତ ପାଇଁ ପ୍ରସନ୍ନତାର ବିଷୟ ।

Leave a Reply

Your email address will not be published. Required fields are marked *