ସ୍ନାନ ଯାତ୍ରାରେ ୩ ଦିନ ଧରି ପୁରୀରେ ଜାରି ରହିବ ୧୪୪ ଧାରା: ହାଇକୋର୍ଟ

ପୁରୀ:- ସ୍ନାନ ଯାତ୍ରା ପାଇଁ ୩ ଦିନ ଧରି ପୁରୀରେ ୧୪୪ ଧାରା ଜାରି ହେବ । ଆଜି ପୁରୀରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଜିଲ୍ଲାପାଳ ବଲୱନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ୧୪୪ ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ଯ୍ୟନ୍ତ ଲାଗୁ କରାଯିବ।

ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ଲାଗୁ କରାଯିବ। କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ। ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଶ୍ରୀମନ୍ଦିର ଭିତରେ କରାଯିବ। ଜଗଦଗୁରୁଙ୍କ ପରାମର୍ଶ କ୍ରମେ ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *