୧୯ ଜିଲ୍ଲାରୁ ୧୫୬ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ପୁଣି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଛି ସୂଚନା।

ଆଜି ୧୯ ଜିଲ୍ଲାରୁ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବାବେଳେ କଟକରୁ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲାରୁ ୯, ଭଦ୍ରକ ଜିଲ୍ଲାରୁ ୭, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା,  ମୟୂରଭଞ୍ଜ, ବରଗଡ଼, ସୋନପୁରରୁ ୩ ଲେଖାଏଁ ଆକ୍ରାନ୍ତ, ବଲାଙ୍ଗିର ଓ ସମ୍ବଲପୁରରେ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୧୨୬ ସୁସ୍ଥ ହୋଇଥିବାବେଳେ ୯୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିଲେ ବି କରୋନାରେ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *