ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ IPS ସତ୍ୟଜିତ ମହାନ୍ତି। ଅଗ୍ନିଶମ ଡିଜି ଭାବେ ସୁନୀଲ ରାୟଙ୍କ ଅବସର ପରେ ଏହି ପଦବୀ ଖାଲି ଥିଲା। ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ମଧ୍ୟ ଅଛନ୍ତି ସତ୍ୟଜିତ ମହାନ୍ତି। ଦାୟିତ୍ୱ ନେବା ଅବସରରେ ସେ ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

ଶନିବାର ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଥିଲେ। ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କୁ କେତୋଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବ ଦାୟିତ୍ୱ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ସତ୍ୟଜିତ ମହାନ୍ତି। ସେହିପରି ସେ ହୋମଗାର୍ଡ ଆଣ୍ଡ ଡାଇରେକ୍ଟର ସିଭିଲ୍ ଡିଫେନ୍ସର କମାଣ୍ଡାଣ୍ଟ ଜେନେରାଲ୍ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ବହନ କରିବେ।

ସେହିପରି ସେସୁର ସିଇଓ ଭାବେ କାର୍ଯ୍ୟରତ ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି କରାଯାଇଛି।

Leave a Reply

Your email address will not be published. Required fields are marked *