୩୦ ଜୁନ୍ ଯାଏଁ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ
ଭୁବନେଶ୍ୱର:-ଓଡିଶାରେ ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାଜ୍ୟରେ ବଳବତର ରହିବ ନାଇଟ୍ କର୍ଫ୍ୟୁ କଟକଣା । ଭାରତ ସରକାର ରତ୍ରକାଳୀନ କର୍ଫ୍ୟୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ପୂର୍ବବତ୍ ରାତି ୭ ରୁ ସକାଳ ୭ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଆବଶ୍ୟକ କୌଣସି ଲୋକ ବାହାରେ ବୁଲାବୁଲି ନ କରିବାକୁ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି। ରାଜ୍ୟର କୌଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ କରାଯାଇ ପାରିବ ନାହିଁ।ସେହିଭଳି ଜୁନ୍ ୩୦ ଯାଏଁ କୌଣସି ଉପାସନାସ୍ଥଳୀକୁ ଯିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସମାରୋହ ମଧ୍ୟ ଆୟୋଜନ କରାଯାଇ ପାରିବ ନାହିଁ। ଏହାଛଡ଼ା ମାସ୍କ ନ ପିନ୍ଧିଲେ, ସାମାଜିକ ଦୂରତ୍ବ ନ ମାନିଲେ ଓ ବାହାରେ ଛେପଖଙ୍କାର ପକାଉଥିବା ଲୋକଙ୍କୁ ଗିରଫ କରାଯାଇ ଜେଲ୍ ଓ ଜରିମାନା କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ସେହିଭଳି ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ ମଲ୍/କମ୍ପ୍ଲେକ୍ସ୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହ ଜୁନ୍ ୩୦ ଯାଏଁ କୌଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ। ହୋଟେଲ୍ ସବୁ ନିଜ ସାମର୍ଥ୍ୟର ୩୦% ନେଇ ଖୋଲି ପାରିବେ। ଗ୍ରାହକମାନେ ରେସ୍ତୋରାଁକୁ ଯାଇ ଭୋଜନ କରି ପାରିବେ ନାହିଁ। କେବଳ ହୋଟେଲ୍ରେ ରହୁଥିବା ଲୋକମାନଙ୍କ ପାଇଁ ରେସ୍ତୋରାଁ ଚାଲିବ।










