ଚୀନ ଉପରେ ଭାରତୀୟ କ୍ଷୁବ୍ଧ,ବଢୁଛି ରିମୁଭ୍ ଚାଇନା ଆପ୍ସ୍ ର ଡିମାଣ୍ଡ
ନୂଆଦିଲ୍ଲୀ, :-ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଛି ଉତ୍ତେଜନା ।ସୀମାରେ ମୁହାଁମୁହିଁ ହେଉଛନ୍ତି ଉଭୟ ଦେଶର ଯବାନ । ଏହି ସମୟରେ ଭାରତରେ ଚୀନ ସାମଗ୍ରୀକୁ ବୟକଟ୍ କରିବା ପାଇଁ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଏପରିକି ଏକ ନୂଆ ଆପ୍ ପ୍ରସ୍ତୁତ ହୋଇଛି ଯାହା ଫୋନରେ ଥିବା ଚାଇନିଜ୍ ଆପ୍କୁ ଡିଲିଟ୍ କରିଦେବ ବୋଲି କୁହାଯାଉଛି ।
ଏହି ଆପ୍ ହେଉଛି ରିମୁଭ୍ ଚାଇନା ଆପ୍ । ଏହା ପ୍ଲେଷ୍ଟୋରରେ ଉପଲବ୍ଧ । ଏହା ଟ୍ରେଣ୍ଡ୍ରେ ଥିବା ଟପ୍ ଫ୍ରି ଆପ୍ଲିକେସନ । ଏହା ମେ ୧୭ରେ ଲଞ୍ଚ୍ ହୋଇଥିଲା । ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଛନ୍ତି ।
ଏହି ଆପ୍ ଫୋନକୁ ସ୍କାନ୍ କରି ସମସ୍ତ ଚାଇନା ଆପ୍କୁ ଡିଲିଟ୍ କରିଦିଏ । ସ୍ୱଦେଶୀ ଆପ୍ଲିକେସନକୁ ଗୁରୁତ୍ୱ ଦେବା ଏହାର ଲକ୍ଷ୍ୟ ବୋଲି ଡେସକ୍ରିପସନରେ ଲେଖାଯାଇଛି ।
ଏହି ଆପ୍ଲିକେସନ ଫୋନରେ ଥରେ ଇନଷ୍ଟଲ୍ ହେବା ପରେ ଆପଣଙ୍କୁ ସ୍କାନ୍ ନାଓ ବଟନ୍ ପ୍ରେସ୍ କରିବାକୁ ହେବ । ଏହାପରେ ଫୋନ୍ରେ ପୂର୍ବରୁ ଥିବା ଚାଇନିଜ୍ ଆପ୍ର ତାଲିକା ଦେଖିବାକୁ ମିଳିବ । ଏହି ସମୟରେ ୟୁଜର ଆଇକନକୁ କ୍ଲିକ୍ କରି ଡିଲିଟ୍ କରିପାରିବେ । ଏହା ୟୁଜରଙ୍କ ଅନୁମତି ଆଧାରରେ ହିଁ ଫୋନରୁ ଆପ୍ଲିକେସନ ଡିଲିଟ୍ କରିଥାଏ ।










