ଚୀନକୁ ଝଟକା ! ଭାରତ ସପକ୍ଷରେ ଆସିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ:-ଚୀନକୁ ଆଉ ଏକ ଝଟକା ଲାଗିଛି। ଅଷ୍ଟ୍ରେଲିଆ ଖୋଲାଖୋଲି ଭାରତ ସମର୍ଥନରେ ଆସିଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରି ଓ ଫ୍ରେଲ୍ ସୋମବାର ଚୀନ ଉପରେ ପରୋକ୍ଷରେ ହମଲା କରି କହିଛନ୍ତି, କିଛି ଦେଶ ନିଜର ସୀମାର ବାହାର ଅଞ୍ଚଳରେ ବଳପୂର୍ବକ ଦଖଲ ଦେବାରୁ ଅନାବଶ୍ୟକ ଉତ୍ତେଜନା ସୃଷ୍ଟି ହେଉଛି। ଏସବୁ କାମ ସ୍ଵୀକାର୍ଯ୍ୟ ନୁହେଁ। ବେରି ଓ ଫ୍ରେଲ୍ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରକୁ ଅବାଧ ଓ ମୁକ୍ତ ରଖିବା ଭାରତ ଓ ଅଷ୍ଟ୍ରେଲିଆର ଦାୟିତ୍ଵ।

ତାଇଓ୍ଵାନଠୁ ନେଇ ପୂର୍ବ ଲଦାଖରେ ଚୀନ ଦ୍ଵାରା ଉତ୍ତେଜନାମୂଳକ ସ୍ଥିତି ଉତ୍ପନ ହେବା ପ୍ରଶ୍ନର ଉତ୍ତରରେ ବେରି କହିଛନ୍ତି, ଭାରତ ଓ ଅଷ୍ଟ୍ରେଲିଆ ଉଭୟ ଗଣତାନ୍ତ୍ରିକ ଦେଶ। ଦୁଇ ଦେଶରେ କ୍ରିକେଟ୍ ବହୁତ ଲୋକପ୍ରିୟ ଏବଂ ଦୁଇ ଦେଶ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରକୁ ସ୍ଵତନ୍ତ୍ର ଓ ମୁକ୍ତ ରଖିବାକୁ ଚାହାନ୍ତି। ଦୁଇ ଦେଶ ଏହି କ୍ଷେତ୍ରକୁ ସ୍ଵତନ୍ତ୍ର ଏବଂ ମୁକ୍ତ ରଖିବାକୁ ବାଧ୍ୟ। କୌଣସି ଅଞ୍ଚଳରେ ବଳପୂର୍ବକ ଦଖଲ ଦେବା ଠିକ୍ ନୀତି ନୁହେଁ।

ଚୀନର ଗତିରୋଧ ଉପରେ ସେ କହିଛନ୍ତି, ଭାରତ ଓ ଚୀନ ଦ୍ଵିପାକ୍ଷିକ ବାର୍ତ୍ତା ଜରିଆରେ ପ୍ରସଙ୍ଗକୁ ସମାଧାନ କରିବା ଉଚିତ୍। ଅଷ୍ଟ୍ରେଲିଆ କୌଣସି ଦେଶ ଉପରେ ଟିପ୍ପଣୀ କରିବାକୁ ଚାହେଁ ନାହିଁ। ଭାରତ ଓ ଅଷ୍ଟ୍ରେଲିଆର ମୈତ୍ରୀପୂର୍ଣ୍ଣ ସଂପର୍କ ଉପରେ ସେ କହିଛନ୍ତି ଯେ, ଗୋଟିଏ ମାନସିକତା ରଖୁଥିବା ଦୁଇ ଗଣତାନ୍ତ୍ରିକ ଦେଶ ମିଶି କି କାମ କରିବା ବହୁତ ମହତ୍ଵପୂର୍ଣ୍ଣ ଅଟେ।

Leave a Reply

Your email address will not be published. Required fields are marked *