ଚୀନକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ ! ଲାଗିବ କି ଯୁଦ୍ଧ ?
ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଆଟାକିଂ ମୁଡ୍ରେ । ଚୀନ ଉପରେ ପୁରା ଖପା । ସାରା ବିଶ୍ୱରେ କରୋନା ଭାଇରସ୍ ବ୍ୟାପିବା ନେଇ ଚୀନ ସହ ସବୁ ସଂପର୍କ କାଟିବାର ଧମକ ଦେଇଛନ୍ତି ଟ୍ରମ୍ପ । ପ୍ରାଣଘାତୀ ଭାଇରସର ସଂକ୍ରମଣ ବିଶ୍ୱର ପାଖପାଖି ୩ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି । ଯେଉଁଥିରେ ୮୦ହଜାରରୁ ଅଧିକ ଆମେରିକୀୟ ଲୋକ ।
ଟ୍ରମ୍ପ ଫକ୍ସ ବିଜିନେସ୍ ନ୍ୟୁଜ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି , “କିଛି ଜିନିଷ ଅଛି ଯାହା ଆମେ କରିପାରିବା । ଆମେ ତାଙ୍କ ସହ ସବୁ ସଂପର୍କ କାଟି ପାରିବା । “
ଗତ କିଛି ସପ୍ତାହରୁ ଚୀନ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କ ଉପରେ ପ୍ରଭାବ ବଢ଼ିବାରେ ଲାଗିଛି। ସାଂସଦ ଓ ବିଚାରକମାନଙ୍କର କହିବା ହେଲା ଚୀନର ନିଷ୍କ୍ରିୟତା କାରଣରୁ ୱୁହାନରୁ ସାରା ବିଶ୍ୱକୁ କରୋନା ବ୍ୟାପିଲା ।
ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି କି ,ସେ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଆଉ କଥାବାର୍ତ୍ତା କରିବାକୁ ଚାହୁଁ ନାହାନ୍ତି । ଚୀନ ସହ ତାଙ୍କର ଭଲ ସଂପର୍କ ରହିଛି । ହେଲେ ଚୀନ ତାଙ୍କୁ ନିରାଶ କରିଛି ବୋଲି ଟ୍ରମ୍ପ କହିଛନ୍ତି ।
ସେ ଏହା ବି କହିଛନ୍ତି, ଆମେରିକା ଚୀନ୍କୁ ବାରମ୍ୱାର କହିଛି କି କରୋନା ଭାଇରସ ଉତ୍ପତ୍ତିକୁ ଯାଂଚ କରିବା ପାଇଁ ଅନ୍ତଃରାଷ୍ଟ୍ରୀୟ ସମୁଦାୟକୁ ୱୁହାନ ପ୍ରଯୋଗଶାଳା ଯିବାକୁ ଅନୁମତି ଦିଆଯାଉ , କିନ୍ତୁ ସେ ଏହା ମାନିଲେ ନାହିଁ ।