ସୋନୁ ସୁଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା,
ଭୁବନେଶ୍ବର,:-କେରଳରେ ଫଶି ରହିଥିବା ଓଡିଶାର ୧୭୭ ଜଣ ଝିଅଙ୍କୁ ବିମାନ ଯୋଗେ ରାଜ୍ୟକୁ ପଠାଇଥିବାରୁ ସୋନୁ ସୁଦଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମସ୍ତ ମହିଳା ଝିଅ କେରଳର ଏକ ଗାର୍ମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଲକଡାଉନ୍ ହେବା ଦିନଠାରୁ ସେମାନେ ଘରକୁ ଆସିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସୁଯୋଗ ପାଉନଥିଲେ।ସୋନୁ ଏହି ସମସ୍ତ ମହିଳାଙ୍କୁ ଚାଟାର୍ଡ ଫ୍ଲାଇଟ୍ରେ ନିଜ ଘରେ ପହଁଞ୍ଚାଇଥିଲେ। ପୂର୍ବରୁ ବିଭିନ୍ନ ରାଜ୍ୟର ୧୨ହଜାର ପ୍ରବାସୀ ଶ୍ରମିକଙ୍କୁ ତାଙ୍କର ଘରୁ ପଠାଇଥିବା ବେଳେ ସୋନୁ ଗତକାଲି ଓଡିଶାରର ଝିଅଙ୍କୁ ତାଙ୍କ ଘରେ ପହଁଞ୍ଚାଇଛନ୍ତି।ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ବିଟ୍ କରାଯାଇଛି। ଏହି ଟ୍ବିଟରେ ଉଲ୍ଲେଖ କରାଯାଇଛି, ଲକଡାଉନ୍ କାରଣରୁ କେରଳରେ ଫଶି ରହିଥିବା ଓଡିଆ ଝିଅଙ୍କୁ ସୁରକ୍ଷିତ ସେମାନଙ୍କ ଘରେ ପହଁଞ୍ଚାଇଥିବାରୁ ଅଭିନେତା ସୋନୁ ସୁଦଙ୍କୁ ଧନ୍ୟବାଦ। ତାଙ୍କର ଏହି ମାନବିକତା ପ୍ରକୃତରେ ପ୍ରଶଂସା ଯୋଗ୍ୟ।’
କରୋନା ଭାଇରସ୍ ଯୋଗୁଁ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ରହି ଟେକ୍ସାଟାଇଲ୍ କମ୍ପାନୀରେ କାମ କରୁଥିବା ଏହି ପ୍ରବାସୀ ଓଡ଼ିଆ ଝିଅମାନେ ଖୁବ୍ ଅସୁବିଧାରେ ପଡ଼ିଯାଇଥିଲେ। କାମ ବନ୍ଦ ଯୋଗୁଁ ପାଖରେ ପଇସା ନଥିଲା । ଘରକୁ ଫେରିବା ପାଇଁ ସଙ୍ଗେ ସଙ୍ଗେ ଶ୍ରମିକ ଟ୍ରେନ୍ ମଧ୍ୟ ମିଳିନଥିଲା । ଫଳରେ ସେମାନେ ସାହାଯ୍ୟ ଖୋଜୁଥିଲେ।ଆଉ ଏତିକି ବେଳେ ଦେବଦୂତ ଭଳି ସାହାଯ୍ୟର ହାତ ବଢ଼ାଇଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଶେଷରେ ସେହି ପ୍ରବାସୀ ଓଡ଼ିଆ ମହିଳାଙ୍କ ଘରକୁ ଫେରିବାର ବାଟ ଫିଟିଯାଇଥିଲା । ସୋନୁ ସୁଦ୍ ୧୭୭ ଜଣ ଓଡିଆ ଝିଅଙ୍କ ପାଇଁ ଚାଟାର୍ଡ ପ୍ଲେନର ବ୍ୟବସ୍ଥା କରିଥିଲେ। ଏହି ବିମାନଟି ଶୁକ୍ରବାର ସକାଳ ୮ଟାରେ ଏର୍ଣ୍ଣାକୁଲମ୍ ଜିଲ୍ଲାର କୋଚିନ୍ ଇଣ୍ଟରନ୍ୟାସନ୍ୟାଲ ଏୟାରପୋର୍ଟରୁ ବାହାରି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲା ।