ନନ୍ଦନକାନନ ଥାନା ଅଧିକାରୀଙ୍କ ନିଲମ୍ବନ ପଛର ଗୁମର,ବିନା ତଦନ୍ତରେ ଅଡିଓ ଶୁଣି ଡିଜିଙ୍କୁ ଦିଆଗଲା ରିପୋର୍ଟ !

ଭୁବନେଶ୍ୱର:-କଥାରେ ଅଛି ହଜାରେ ଦୋଷୀ ଖସି ଯାଆନ୍ତୁ କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନ ପାଆନ୍ତୁ। କିନ୍ତୁ ଏବେ ଏହି ଉକ୍ତିଟି କେବେଳ ଲୋକ ବାଣୀ ହୋଇ ରହିଛି। ନା ତାହାକୁ କେହି ପାଳନ କରୁଛନ୍ତି ନା ଉକ୍ତିଟିର ପରିଭାଷାକୁ କେହି ବୁଝୁଛନ୍ତି। କେବଳ ନିଜର କ୍ଷମତା ବଳରେ ବଳିଆନ ହେଉ ମନ ଇଛା ସବୁ କିଛି କରି ବସୁଛନ୍ତି। ତାହା ଠିକ ହେଉ ଅବା ଭୁଲ, ତାଙ୍କୁ କିଛିବି ଫରକ ପଡୁନି। ଅନ୍ୟର କ୍ୟାରିୟରରେ କଳାଦାଗ ଲଗେଇ ସେମାନେ ଖୁସି ହୁଅନ୍ତି। ଆମେ କହୁଛୁ ନନ୍ଦନକାନନ ଥାନା ଅଧିକାରୀ ପରମାନନ୍ଦ ନାୟକଙ୍କ ବିଷୟରେ। ତାଙ୍କର କଣ ଦୋଷ ରହିଲା ତାଙ୍କୁ ନିଲମ୍ବିତ କରିଦେଲେ। କେବଳ କଣ ଗୋଟିଏ ଅଡିଓ ରେକଡ଼ିଂରୁ ଜଣେ ଥାନାଅଧିକାରୀଙ୍କୁ ନିଲମ୍ବିତ କରିହୁଏ ? ଯଦି ହଁ , ତେବେ ନିକଟରେ ଅନ୍ୟ ଜଣେ ଥାନା ଅଧିକାରୀଙ୍କ ଅଡିଓ ରେକଡ଼ିଂ ଭାଇରାଲ ହେଲା କିନ୍ତୁ ତାଙ୍କ ବିରୋଧରେ କିଛିବି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ? ହେଲେ କଣ ପାଇଁ ନନ୍ଦନକାନନ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ? ଯଦି ତଦନ୍ତ କରାଯାଏ ତେବେ ଉଭୟ ପଟଙ୍କ ଵୟାନ ନେବା ସହ ଥାନା ଷ୍ଟାପଙ୍କ ଵୟାନ ନିଆଯାଇ ରିପୋର୍ଟ ପ୍ରସ୍ତୁତ କରାଯିବାର ନିୟମ ରହିଛି। ଆଉ ଏହି ରିପୋର୍ଟକୁ ଡିଜିପିଙ୍କ ନିକଟକୁ ପଠାଯାଏ । କିନ୍ତୁ ପରମାନନ୍ଦଙ୍କ କ୍ଷେତ୍ରରେ ଏହାର ଓଲଟା ହୋଇଛି। ତଦନ୍ତ କରୁଥିବା ଜଣେ ଆଇପିଏସ ଅଫିସର ଥାନାକୁ ନ ଆସି ଏସି ରୁମରେ ବସି ଏହି ଅଡିଓ ଶୁଣି ରିପୋର୍ଟ ପ୍ରସ୍ତୁତ କରି ଡିଜିପିଙ୍କୁ ଦେଇଦେଲେ। ଏହି ରିପୋର୍ଟ ଆଧାରରେ ଡ଼ିଜିପି କାର୍ଯ୍ୟାନୁଷ୍ଠାନ ନେଲେ। ହେଲେ କେହି ଭାବିଲେନି ଉକ୍ତ ଅଧିକାରୀଙ୍କ ପରିବାର ଏବଂ ତାଙ୍କ ଉପରେ କଣ ବିତୁଥିଵ।
ଏବେ ଆମେ ଏହି ନିଲମ୍ବନର ଗୁମର କହୁଛୁ। ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା SI ଜଣଙ୍କ ଦୁଇ ବର୍ଷ ହେବ ପୋଲିସ ଚାକିରୀ ପାଇଛନ୍ତି। ତାଙ୍କ ଘର ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ହୋଇଥିବାରୁ ସେ ଇନ୍ଦ୍ରଚନ୍ଦ୍ର ମାନନ୍ତି ନାହିଁ। ଏପରିକି ପୂର୍ବରୁ ସେ ବାଲିପାଟନା ଥାନାରେ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ କଥା ମାନନ୍ତି ନାହିଁ। ରାତିରେ ଡିସିଓ ପଡିଲେ ରୁହନ୍ତି ନାହିଁ। ଥାନାର ସବୁ କର୍ମମଚାରୀଙ୍କୁ ଗାଳିଗୁଲଜ କରନ୍ତି। ଏପରିକି ତାଙ୍କର ଉତ୍ପାତରେ ସେ ଥାନା ଅଧିକାରୀଙ୍କୁ ନାକେଦମ କରି ରଖିଥିଲେ। ସେଠାରୁ ଏହି SI ଙ୍କର ବଦଳି ନନ୍ଦନକାନନ ଥାନାକୁ ହୋଇଥିଲା। ସେଠାରେ ମଧ୍ୟ ସେଇଭଳି ବ୍ୟବହାର ଦେଖାଇଲେ। ଯାହାକୁ ନେଇ ଥାନା ଅଧିକାରୀ ଅତିଷ୍ଠ ହୋଇପଡିଲେ। ହେଲେ ସେ କିଛି କହି ପାରୁ ନ ଥିଲେ। ହେଲେ ଏହାରି ଭିତରେ ଥାନାର ଜଣେ ପୁରୁଷ SIଙ୍କ ଇନଫୋସିଟି ଥାନାକୁ ବଦଳି ନିର୍ଦ୍ଦେଶ କମିଶନରେଟ ମୁଖ୍ୟାଳୟରୁ ଆସିଲା। ଉକ୍ତ SI ଥାନାର ସବୁ ମାମଲା ବୁଝୁ ଥିବାରୁ ଥାନା ଅଧିକାରୀ ତାଙ୍କୁ ଛାଡିବାକୁ ଚାହୁଁନଥିଲେ। ତେଣୁ ଶେଷରେ ଉକ୍ତ ପୁରୁଷ si ଇନଫୋସିଟି

ଥାନାକୁ ଯାଇ କାର୍ଯ୍ୟ କରିଥିଲେ। ନନ୍ଦନକାନନ ଥାନାରେ ମହିଳା si କିଛି କାର୍ଯ୍ୟ କରୁନଥିବାରୁ ମାମଲା ସଂଖ୍ୟା ବଢିବାରେ ଲାଗିଲା। ଶେଷରେ ଥାନା ଅଧିକାରୀ ପରମାନନ୍ଦ ପୁଣି ଇନଫୋସିଟି ଥାନାର ପୁରୁଷ SI କୁ ଆଣିବା ପାଇଁ ସିପି ଅଫିସରେ ସୁପାରିଶ କରିଥିଲେ। ଉକ୍ତ ପୁରୁଷ SIଙ୍କ ସ୍ଥାନରେ ନନ୍ଦନକାନନ ଥାନାର ମହିଳା SIଙ୍କୁ ଇନଫୋସିଟି ଥାନାକୁ ବଦଲି କରିବା ପାଈଁ ସିପି ଅଫିସରେ କହିଥିଲେ। ଏପ୍ରିଲ 30ରେ ଉକ୍ତ ମହିଳା SIଙ୍କର ଇନଫୋସିଟି ଥାନାକୁ ବଦଳି ନିର୍ଦେଶ ଆସିଥିଲା। ଏହି ବଦଳି ନିର୍ଦ୍ଦେଶ ଜାଣିବା ପରେ ଉକ୍ତ ମହିଳା SIଙ୍କ ମୁଣ୍ଡ ଉପରକୁ ପିତ ଚଢି ଯାଇଥିଲା। ତେଣୁ ସେ ଉକ୍ତ ବଦଳି ନିର୍ଦ୍ଦେଶକୁ ଗ୍ରହଣ କଲେ ନାହିଁ। ବରଂ ଥାନା ଅଧିକାରୀଙ୍କୁ ଫସେଇବାକୁ ଯୋଜନା କଲେ। ନିଜର ମୋବାଇଲର ରେକଡ଼ିଂକୁ ଅନ କରି ଥାନା ଅଧିକାରୀଙ୍କ ଚାମ୍ବର ଭିତରକୁ ପଶିଥିଲେ। ଜାଣିଶୁଣି ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିବା ପାଇଁ ଉସକେଇ ଥିଲେ। ଥାନାଧିକାରୀ ତାଙ୍କର ଚକ୍ରାନ୍ତ ଜାଣି ନ ପାରି ଗାଳିଗୁଲଜ କରିଥିଲେ। ଉକ୍ତ ମହିଳା si ଜଣଙ୍କ ଉକ୍ତ ରେକଡ଼ିଂ ଧରି ଥାନା ଅଧିକାରୀଙ୍କୁ ବ୍ଲାକମେଲିଂ କଲେ। ଏପରିକି ଥାନା ଅଧିକାରୀ ତାଙ୍କ କଥା ନ ଶୁଣିବାରୁ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକଙ୍କୁ ଧରି ଡ଼ିସିପି ଏବଂ ସିପିଙ୍କ ନିକଟରେ ଫେରାଦ ହୋଇଥିଲେ। ଏପରିକି ଏହି ତେଲମରା ସାମ୍ବାଦିକ ଜଣଙ୍କ ନିଜ ଖବର କାଗଜରେ ଏହି ଖବର ପ୍ରକାଶ କରିବା ସହ ଅନ୍ୟ ଗଣମାଧ୍ୟମକୁ ଖବର ସେୟାର କଲେ, ଯେପରି ଥାନା ଅଧିକାରୀ ନିଲମ୍ବିତ ହୋଇ ନ ହୋଇଛନ୍ତି ସେ ଉଦ୍ୟମ ଜାରି ରଖିଲେ।। ଏହି ମାମଲାରେ ତୁରନ୍ତ ଥାନା ଅଧିକାରୀଙ୍କୁ ସିପି ଅଫିସକୁ ନେଇ ଆସିବା ସହ ଜଣେ ମହିଳା ଆଇପିଏସଙ୍କୁ ତଦନ୍ତ ଦାଇତ୍ୱ ଦେଲେ  ପୋଲିସ କମିଶନ। ସେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ। ହେଲେ ଏହି ସାମ୍ବାଦିକଙ୍କ ସହ ତଦନ୍ତ କରୁଥିବା ଅଧିକାରୀଙ୍କ ଉତ୍ତମ ସମ୍ପର୍କ ଥିବାରୁ ଜାଣିଶୁଣି ଥାନା ଅଧିକାରୀଙ୍କ ବିରୋଧରେ ରିପୋର୍ଟ ପ୍ରସ୍ତୁତ କରାଗଲା। କାରଣ ରିପୋର୍ଟ ବନ୍ଦ ଫାଇଲ ଭିତରେ ଡିଜିପିଙ୍କୁ ଦିଆଗଲା, ହେଲେ କିଭଳି ଉକ୍ତ ସାମ୍ବାଦିକ ଜଣଙ୍କ ଜାଣିଲ ଯେ, ରିପୋର୍ଟରେ ଥାନା ଅଧିକାରୀ ଦୋଷୀ ବୋଲି। ସେ ଥାନା ଅଧିକାରୀ ଦୋଷୀ ବୋଲି ଖବର ମଧ୍ୟ ପ୍ରକାଶ କରିଦେଲେ। ତେଣୁ ଏଥିରୁ ବୁଝା ପଡୁଛି ଜାଣିଶୁଣି ଥାନାଧିକାରୀଙ୍କୁ ଫସେଇ ଦିଆଯାଇଛି। ତେଣୁ ଏହି ମାମଲାରେ ତଦନ୍ତ କରୁଥିବା ଆଇପିଏସ ଅଧିକାରୀ ଥାନାକୁ ନ ଯାଇ କିଭଳି ନିରପେକ୍ଷ ତଦନ୍ତ କଲେ। ଯାହାକୁ ନେଇ ମଧ୍ୟ ନନ୍ଦନକାନନ ଥାନାର ଅନେକ କର୍ମଚାରୀ ପ୍ରଶ୍ନ କରିଛନ୍ତି। ତେଣୁ ଡିଜିପି ନିଜେ ଏହି ମାମଲାରେ ମୁଣ୍ଡ ପୁରେଇ ନିରପେକ୍ଷ ତଦନ୍ତ କରାନ୍ତୁ। ସବୁଠୁ ବଡ଼ କଥା ହେଲା ,ବଦଳି ପରେ ମଧ୍ୟ ଉକ୍ତ ମହିଳା SI ଜଣଙ୍କ ନିଜର ବଦଳି ସ୍ଥାନକୁ ନ ଯାଇ ନନ୍ଦନକାନନ ଥାନା କ୍ୱାଟସରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *