କ୍ବାରେଣ୍ଟାଇନ୍ ସେଣ୍ଟରରେ ଚାଲିଗଲା ୨ମାସ ଶିଶୁ କନ୍ୟାର ଜୀବନ
ବରଗଡ:-କ୍ବାରେଣ୍ଟାଇନ୍ ସେଣ୍ଟରରେ ଦୁଇ ମାସର ଶିଶୁ କନ୍ୟାର ମୃତ୍ୟୁ । ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ୍ ଲରାସରା ସଂଗରୋଧ କେନ୍ଦ୍ରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଗତକାଲି ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାରୁ ଫେରିଥିବା ଦମ୍ପତ୍ତି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସେମାନଙ୍କ ସହ ୨ ମାସର ଶିଶୁକନ୍ୟା ମଧ୍ୟ ସେମାନଙ୍କ ସହ ରହିଥିଲେ । ଟିଏମସି ସେଣ୍ଟରରେ ଦୁଇ ମାସ ଶିଶୁ କନ୍ୟାର ମୃତ୍ୟୁ ହୋଇଛି ।
ସକାଳୁ ଶିଶୁଟିର ଦେହ ଅସୁସ୍ଥ ଅଛି ବୋଲି ତାଙ୍କ ମା’ ଜଣାଇଥିଲେ । ଏହାପରେ ଅତାବିରାରୁ ଡାକ୍ତର ଆସି ଯାଞ୍ଚ କରିବା ପରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଫଳରେ କରୋନା ଟେଷ୍ଟ କରାଯାଇନଥିବା ସ୍ଥାନୀୟ ବିଡିଓ ପ୍ରଣବ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।










