ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ ;-ସିନେ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । କିଛି ଦିନ ତେଳେ ଅଭିନେତା ରିଷ କପୁର ଓ ଇର୍ପାନ୍ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । କନ୍ନଡର ଚର୍ଚ୍ଚିତ ଅଭିନେତ୍ରୀ ମୋବିନା ମାଇକେଲ୍ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମାତ୍ର ୨୨ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ମୋବିନା କନ୍ନଡରେ ବହୁ ଟିଭି ସରିୟଲରେ ଅଭିନୟ କରି ଲୋକପ୍ରିୟ ହୋଇଥିଲା । କିନ୍ତୁ ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
, ମୋବିନା ତାଙ୍କ ସାଙ୍ଗମାନଙ୍କ ସହ ନିଜ କାରରେ ମେଦିକିରି ଯାଉଥିଲା । ରାସ୍ତାରେ ଗାଡି ଚାଲୁଥିବା ସମୟରେ ହଠାତ୍ ତାଙ୍କ କାର୍ ଏକ ଟ୍ରାକ୍ଟର ସହିତ ହୋଇଯାଇଥିଲା । ଦୁର୍ଘଟଣାରେ ମୋବିନା ଓ ତାଙ୍କ ସାଙ୍ଗମାନେ ବହୁତ କ୍ଷତ ଲାଗିଥିଲା । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ମୋବିନା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା ତାଙ୍କ ସାଙ୍ଗମାନଙ୍କ ଅବସ୍ଥା ଗୁରୁତର ଅଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନ୍ଭିନ୍ ଆରମ୍ଭ କରିଛି । ମୋବିନାଙ୍କ ଅଚାନକ ମୃତ୍ୟୁକୁ ନେଇ ପୂରା ପରିବାର ଓ ଟିଭି ଇଣ୍ଟଷ୍ଟ୍ରିକୁ ବହୁତ ବଡ ଝଟ୍କା ଲାଗିଛି । କନ୍ନଡ ଟିଭି ଇଣ୍ଟଷ୍ଟ୍ରିରେ କେତେକ ଲୋକ ମୋବିନା ମାଇକେଲ୍ଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।










