ରାମଗୋପାଳ ବର୍ମା ରିଲିଜ କଲେ କରୋନା ଭାଇରସ୍ ଫିଲ୍ମର ଟ୍ରେଲର୍

ମୁମ୍ବାଇ:-ଫିଲ୍ମମେକର ରାମ ଗୋପାଳ ବର୍ମା କରୋନା ଭାଇରସ୍ ଉପରେ ଆଧାରିତ ଫିଲ୍ମର ଟ୍ରେଲର ମଙ୍ଗଳବାର ରାତିରେ ରିଲିଜ କରିଛନ୍ତି। ରାମ ଗୋପାଳଙ୍କ ଦାବି ରହିଛି ଯେ ଏହା କରୋନା ଉପରେ ହୋଇଥିବା ପ୍ରଥମ ଫିଲ୍ମ ଅଟେ। ତାଙ୍କ କହିବା ଅନୁସାରେ,ଏହାର ପୂରା ସୁଟିଂ ଲକଡାଉନ୍ ପିରିୟଡରେ ହିଁ ହୋଇଛି। ବର୍ମା ଟ୍ବିଟରରେ ଲେଖିଛନ୍ତି,‘ ଯେତେବେଳେ ବାକି ଲୋକ ଘର ପୋଛିବାରେ,ରୋଷେଇ କରିବାରେ,ବାସନ ଧୋଇବାରେ ଏବଂ ଲୁଗା ଶୁଖାଇବାରେ ବ୍ୟସ୍ତ ଥିଲେ ସେତେବେଳେ ସେ ଏକ ଫିଲ୍ମ ପ୍ରସ୍ତୁତ କରି ଦେଇଥିଲେ।’ବର୍ମା ନିଜର ଆଉ ଏକ ଟ୍ବିଟରେ କହିଛନ୍ତି ​​ଯେ ଫିଲ୍ମ କରୋନା ନିର୍ମାଣ କରିବାର କାରଣ ଆମ ମନରେ ବସିଥିବା ଡର। ସେ ଲେଖିଛନ୍ତି ଯେ କରୋନା ଭାଇରସ୍ ହରର ଫିଲ୍ମ ନୁହେଁ। ଏହା ସେହି ହରର ବିଷୟରେ ଯାହା ଆମ ସମସ୍ତଙ୍କ ମନରେ ରହିଛି।ଫିଲ୍ମର ୪ମିନିଟ୍ ଟ୍ରେଲରରେ ଏକ ପରିବାରର କାହାଣୀକୁ ଦର୍ଶାଯାଉଛି,ଯେଉଁମାନେ ଲକଡାଉନ୍ କାରଣରୁ ଏକାଠି ରହୁଛନ୍ତି। ଘଟଣାଟି ସେତେବେଳେ ସନ୍ଦିଗ୍ଧ ହୋଇଯାଉଛି,ଯେତେବେଳେ ଜଣେ ସଦସ୍ୟଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। ତେଲୁଗୁରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଅଭିନେତା ଶ୍ରୀକାନ୍ତ ଅୟଙ୍ଗରଙ୍କ ଉପରେ ଅଭିନୀତ ହୋଇଛି।

Leave a Reply

Your email address will not be published. Required fields are marked *