ଭେଣ୍ଟିଲେଟରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର – ଓଡିଆ ଚଳଚିତ୍ର ଜଗତର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ହୃଦଘାତ ଯୋଗୁଁ ଗୁରୁତର ହୋଇ ପଡିଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ଏକ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ରଖାଯାଇଛି । ସେ ଭେଣ୍ଟିଲେଟରରେ ଥିବା କଥା ସୂଚନା ମିଳିଛି ।

ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଜୟ ମହାନ୍ତି ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାଗ୍ରହଣ କରିଥିଲେ । ୧୯୭୭ ମସିହାରେ ‘ଚିଲିକା ଚୀରେ’ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

‘ଚିଲିକା ତୀରେ’ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ‘ନାଗଫାସ’ ପ୍ରଥମେ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୟ ପାଇଁ ସେ ଓଡିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି। ସେ ଓଡିଆ ଚଳଚିତ୍ର ଜଗତରେ ନାୟକ, ଖଳନାୟକ, ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ଅଭିନୟ କରି ଆସିଛନ୍ତି ।

Leave a Reply

Your email address will not be published. Required fields are marked *