କ୍ୱାରେଣ୍ଟିନ ସେଣ୍ଟରରୁ ଉଦ୍ଧାର ବଜ୍ରକାପ୍ତାର କରାଯିବ କରୋନା ଟେଷ୍ଟ

ଭୁବନେଶ୍ୱର:-ବଜ୍ରକାପ୍ତାର ହେବ କରୋନା ଟେଷ୍ଟ। କ୍ୱାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବାରୁ କରୋନା ଟେଷ୍ଟ ହେବ।

କଟକ ଜିଲ୍ଲା ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଏକ କ୍ଵାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ। ତେବେ କ୍ଵାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର ହୋଇଥିବାରୁ ସ୍ୱାବ ନମୁନା ନିଆଯାଇ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଯିବ । କରୋନା ପରୀକ୍ଷା ନେଇ ଆଠଗଡ଼ ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ବଜ୍ରକାପ୍ତାଟି ୪ କିଲୋ ଓଜନର ହେବ ଏବଂ ସୁସ୍ଥ ଅବସ୍ଥାରେ ଅଛି। ତାର କିଛି ପରୀକ୍ଷଣ ପରେ ଜଙ୍ଗଲରେ ଛଡାଯିବ।

Leave a Reply

Your email address will not be published. Required fields are marked *