କାଲିଠୁ ଟ୍ୱିନ୍-ସିଟିରେ ଚାଲିବ ‘ମୋ ବସ୍’,ମାସ୍କ ନପିନ୍ଧିଲେ ବସ ଭିତରକୁ ଚଢ଼ିବା ମନା

ଭୁବନେଶ୍ୱର,:-କାଲିଠୁ ଗଡ଼ିବ ‘ମୋ ବସ୍’ । ଟ୍ୱିନ୍-ସିଟିରେ ମୋ ବସ୍ ଚଳାଚଳକୁ ସରକାରଙ୍କ ଗ୍ରୀନ୍ ସିଗନାଲ । ଆସନ୍ତାକାଲିଠାରୁ ୭ଟି ରୁଟଦେଇ ଗଡ଼ିବ ମୋ ବସ୍ ବୋଲି ସରକାର ନିଷ୍ପତି ନେଇଛନ୍ତି । େତେବ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଗଡ଼ିବ । ସବୁଠାରୁ ବଡ଼ କଥା ହେଲା, ଏହି ୭ଟି ରୁଟରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ । ଏନେଇ ଯାତ୍ରୀମାନଙ୍କ ପାଇଁ କିଛି ସର୍ତ୍ତ ରଖିଛନ୍ତି ସରକାର ।

ଏହି ସବୁ ୭ଟି ରୁଟ୍ ଗୁଡ଼ିକ ହେଉଛି:

  1. ଏୟାରପୋର୍ଟ-ସିଡିଏ
  2. ନନ୍ଦନବିହାର-ଲିଙ୍ଗିପୁର
  3. ମାଷ୍ଟରକ୍ୟାଣ୍ଟିନ-ସିଡିଏ
  4. ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା
  5. ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ
  6. ଡୁମୁଡୁମା-ମଞ୍ଚେଶ୍ୱର
  7. ମାଷ୍ଟରକ୍ୟାଣ୍ଟିନ-ଏମ୍ସ

ସେପଟେ ବସ୍ ଯାତ୍ରୀମାନଙ୍କ ପାଇଁ କୋଭିଡ୍-୧୯ ନିୟମାବଳୀକୁ ପାଳନ କରିବାକୁ କୁହାଯାଇଛି । ତେଣୁକରି କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ । ବସ୍ ରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *